Home ଓଡ଼ିଶା ଧାମନଗରରେ ସୂର୍ଯ୍ୟବଂଶୀଙ୍କ ବିଜୟ ନେଇ କଟକରେ ବିଜେପିର ବିଜୟ ଉତ୍ସବ 

ଧାମନଗରରେ ସୂର୍ଯ୍ୟବଂଶୀଙ୍କ ବିଜୟ ନେଇ କଟକରେ ବିଜେପିର ବିଜୟ ଉତ୍ସବ 

33

କଟକ, ୬/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଭଦ୍ରକ ଧାମ ନଗରରେ ବିଜେପିର ବିପୁଳ ବିଜୟ ପରେ ଓଡିଶାର ପ୍ରତ୍ୟକ ଜିଲାରେ ଆରମ୍ଭ ହେଲା ବିଜୟ ଉତ୍ସବ। ଏହି କ୍ରମରେ କଟକରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ଏହି ବିଜୟ ଯାତ୍ରାର ପର୍ବ। କଟକ ମହାନଗର ବିଜେପି ପକ୍ଷରୁ ଗୌରୀ ଶଙ୍କର ପାର୍କ ନିକଟରେ ବାଣ ଫୁଟାଇ, ମିଠା ଖୁଆଇ, ନାଚି ଏହି ବିଜୟ ଉତ୍ସବ ପାଳନ କରିଛନ୍ତି। ଧାମନଗରରେ ବିଷ୍ଣୁ ସେଠିଙ୍କ ଦେହାନ୍ତ ପରେ ଉପନିର୍ବାଚନର ଆଜି ଥିଲା ମତ ଗଣନ ହୋଇଥିଲା ଯେଉଁଥିରେ ବିଜେପି ପାର୍ଥି ସୂର୍ଯ୍ୟବଂଶୀ ସୁରଜ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ଏହି ବିଜୟ ରାଜ୍ୟ ବିଜେପି ମଧ୍ୟରେ ଏକ ବଡ଼ ସିହରଣ ଖେଳାଇଛି। ଆଗମୀ ପଦ୍ମପୁର ନିର୍ବାଚନ ଓ ୨୦୨୪ ସାଧରଣ ନିର୍ବାଚନରେ ବିଜେପି ଓଡିଶାରେ ଆଣିବ ବଡ଼ ପରିଵର୍ତନ ବୋଲି କହିଛନ୍ତି କଟକ ନଗର ବିଜେପି ସଭାପତି ଲଲଟେନ୍ଦୁ ବଡୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.