Home ଜିଲ୍ଲା ପରିକ୍ରମା ଧାମନଗରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

ଧାମନଗରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

1
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ମୁଖ୍ୟ ଅତିଥି ରୂପେ ଧାମନଗର ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଭଗବାନ ପଣ୍ଡା କ୍ରୀଡ଼ା ପତାକା ଉତୋଳନ କରିଥିଲେ।ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ବିଡ଼ିଓ ବନବିହାରୀ ଦିନ୍ଦା ,ତହସିଲଦାର ଲୋକ ନାଥ ସେଠୀ, ବିଇଓ ପ୍ରଫୁଲ୍ଲ ସାହୁ। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ,ନଗର ପ୍ରତିନିଧି କୈଳାସ ମହାପାତ୍ର, ସମାଜ ସେବୀ ଅରବିନ୍ଦ ପତି,ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ବୈକୁଣ୍ଠ ସାହୁ।ଆଇନଜୀବୀ ବିଜୟ ରାମ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ବିକଶିତ ଭାରତ ଗଠନ ଦିଗରେ କ୍ରୀଡ଼ା ଓ କ୍ରୀଡ଼ାବିତ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷେତ୍ରର ସର୍ବବିଧ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସାଂସଦ ଖେଳ ମହୋତ୍ସବ ପରିକଳ୍ପନା ଉଲ୍ଲେଖଯୋଗ୍ୟ ବୋଲି ଅତିଥି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଏବିଓ ସତ୍ୟ ସୁନ୍ଦର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିଲେ।ପ୍ରଥମ ଦିନରେ ବ୍ୟାଡମିଂଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଭୟ ବାଳକ ଓ ବାଳିକା ୧୪ ଏବଂ ୧୬ ବର୍ଷରୁ କମ ବର୍ଗରେ ମୋଟ ୨୮୯ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.