Home ଜିଲ୍ଲା ପରିକ୍ରମା ଧାମନଗରରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଧାମନଗରରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

2

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ପାଳନ କରାଯାଉଛି । ଦକ୍ଷିଣ ବାଡ ଛକ ଠାରେ ୨୬ ବର୍ଷ ଧରି ମା ଙ୍କ ପୂଜା ହୋଇ ଆସୁଛି ।ସେହିପରି କଲ୍ୟାଣୀ , ଫଳପୁରୁ , ନଦୀଗାଁ , ବାଲିପାଟଣା, ଶିଶୁମନ୍ଦିର ଛକ, ନାଥସାହି, ଚମ୍ପାବାଗ ଓ ଚନ୍ଦସାହି ସହିତ ସୋଧ କୁଣ୍ଡସାହି, କରଦା, ସୋହଡା, ରଘୁନାଥପୁର ଆଦି ସ୍ଥାନରେ ମା’ଙ୍କ ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ଯଥା ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି । ବାଲିପାଟଣା ରେ ମା’ ଗଜଲକ୍ଷ୍ମୀ ଦୀର୍ଘ ୯୪ ବର୍ଷ ଧରି ପୂଜା ପାଇଆସୁଛନ୍ତି। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ବୈତରଣୀ ନଦୀରୁ ଶୋଭାଯାତ୍ରାରେ ଜଳ ଆଣି ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯିବା ପରେ ମା’ଙ୍କ ପୂଜାର୍ଚ୍ଚନା ରାତି ତମାମ ହୋଇ ଗୁରୁବାର ସକାଳ ରେ ଶେଷ ହୋଇଛି। ଏଠାରେ ସପ୍ତାହ ଧରି ମା’ଙ୍କ ପୂଜାର୍ଚ୍ଚନା କରାଯିବ। ବିଭିନ୍ନ ପୂଜା ମଣ୍ଡପର ସାଜସଜ୍ଜା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.