ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗରରେ ବିଜୟା ଦଶମୀ ମହାଯଜ୍ଞ ଆରମ୍ଭ ହୋଇଛି।ଏଥିପାଇଁ ଧାମନଗର ସହର ଉତ୍ସବ ମୁଖର ହୋଇଉଠିଛି। ଆଜି ଏକ କଳସ ଶୋଭାଯାତ୍ରା ସହ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ସୋମବାର ସକାଳେ ୧୦୮ ସଂକଳ୍ପ ଧାରୀ ମହିଳା ପୂଜାର୍ଚ୍ଚନା ପରେ ସ୍ଥାନୀୟ ଜୟନଗର ସ୍ଥିତ ପୁଷ୍କରିଣୀ ରୁ ଜଳ ଗ୍ରହଣ କରିବା ପରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା।ଏହି ଶୋଭାଯାତ୍ରା ବଜାର ପରିକ୍ରମା କରି ମେଡ଼ିକାଲ ନିକଟସ୍ତ ମେଳଣ ପଡ଼ିଆ ରେ ପହଂଚିି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା।ଏହା ପରେ ବିଭିନ୍ନ ମଠ ମନ୍ଦିରରୁ ଆମନ୍ତ୍ରିତ ହୋଇଥିବା ସାଧୁସନ୍ଥ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଧାମନଗର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରାରେ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ। ବିଜେପି ନେତା ମନୋରଞ୍ଜନ ମଲ୍ଲିକ,କୈଳାସ ମହାପାତ୍ର,ଶରତ ମହାନ୍ତି,ହରେକୃଷ୍ଣ ପାଢ଼ୀ,ବିରେନ୍ଦ୍ର ଜେନା,ଅରବିନ୍ଦ ପତି,ବୈକୁଣ୍ଠ ନାଥ ସାହୁ,ବିଜୟ ରାମ,ଅଜୟ ବଳ,ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ଶ୍ରୀଧର ବେହେରା ପ୍ରମୁଖ କଳସ ଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟା ରେ କୁନିକୁନି ପିଲା ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇ ଥିଲା।
Home ଜିଲ୍ଲା ପରିକ୍ରମା ଧାମନଗରରେ ବିଜୟା ଦଶମୀ ମହାଯଜ୍ଞ ଆରମ୍ଭ, ବିଶାଳ କଳସ ଶୋଭାଯାତ୍ରା ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ