ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଠାରେ ବିଜୁ ଜନତା ଦଳ ମାଇନୋରିଟି ସେଲ୍ ଦ୍ୱାରା ଆୟୋଜିତ ପବିତ୍ର ରମଦାନ ପର୍ବ ରେ “ଦାୱତ-ଏ-ଇଫତାର’ କାର୍ଯ୍ୟକ୍ରମ ରେ ଯୋଗଦେଇ ଭାଇଚାରାର ଏହି ପର୍ବରେ ପରସ୍ପର କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭଦ୍ରକ ବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀର ନେତା ଡଃ ସଞ୍ଜୟ ଦାସ, ଧାମନଗର ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଧାମନଗର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଧାମନଗର ଏନ୍ଏସି ର ଉପାଧ୍ୟକ୍ଷ ଏମଡି ନୁରାନୀ କାଦ୍ରୀ, ଦୋବଲ ଜୋନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ପ୍ରତାପ ସାମଲ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ବିଜୁ ଯୁବ ଜନତା ଦଳ ଧାମନଗର ର ପୂର୍ବତନ ସଭାପତି ଭାରତ ବିଜୟ ଦଳାଇ, ଯୁବନେତା ନସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ।