Home ଜିଲ୍ଲା ପରିକ୍ରମା ଧାମନଗରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର

ଧାମନଗରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର

22

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ଅନ୍ତର୍ଗତ ଆଇଆଇସି ଶ୍ରଦ୍ଧାଳୟ ପରିସରରେ ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର, ଭଦ୍ରକର ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବୟସ୍କ ବ୍ୟକ୍ତିମାନଙ୍କର ସ୍ମରଣ ଶକ୍ତି କ୍ଷୀଣତା, ରକ୍ତ ସର୍କରା, ରକ୍ତଚାପ ସହ ବିଭିନ୍ନ ରୋଗ ସମ୍ପର୍କରେ ଚିକିତ୍ସା ପରୀକ୍ଷା, ପରାମର୍ଶ ଓ ମାଗଣା ଔଷଧ ବଂଟନ କରାଯାଇଥିଲା। ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡାକ୍ତର ଭଗବାନ ପରିଡା ଓ ଡାକ୍ତର ମାଝ ମାଝୀ ବରିଷ୍ଠ ବ୍ୟକ୍ତିମାନଙ୍କୁ ସୁସ୍ଥ ରହିବା ପାଇଁ ଚାରିଟି ମୂଳ ସୂତ୍ର ସମ୍ପର୍କରେ ସଚେତନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠି, ପ୍ରାକ୍ତନ ଡିଏସଏସଓ ପଦ୍ମନ ରାୟ, ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର ଓ ଅତିରିକ୍ତ ଅଧିକାରୀ ସୁବାଷ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନସିକ ଶାନ୍ତି ଓ ସୁସ୍ଥ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ଉପଦେଷ୍ଟା ମହେଶ୍ୱର ସ୍ୱାଇଁ, ନରେନ୍ଦ୍ର ମଲ୍ଲିକ, ଭାସ୍କର ସାମଲ, ଅଭିମନ୍ୟୁ ମଲ୍ଲିକ, ନିରାକାର ଧଳ, ପ୍ରମୋଦ ନାୟକ, ବୃନ୍ଦାବନ ମହାନ୍ତି, ଦଶରଥ ଦାସ, ରାମଚନ୍ଦ୍ର ସାହୂ, ଧନଜୟ ଦାସ, ହୃଦାନନ୍ଦ କର ଓ ଭୋଳାନାଥ ସାହୂ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶିବିରରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିବାବେଳେ ବରିଷ୍ଠ ସଭ୍ୟ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.