Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା ସ୍ଥିତିରେ ସୁଧାର, ପ୍ରଭାବିତ ଅଂଚଳ ବୁଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଜିଲ୍ଲାପାଳ ବାଂଟିଲେ...

ଧାମନଗରରେ ବନ୍ୟା ସ୍ଥିତିରେ ସୁଧାର, ପ୍ରଭାବିତ ଅଂଚଳ ବୁଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଜିଲ୍ଲାପାଳ ବାଂଟିଲେ ଶୁଖିଲା ଖାଦ୍ୟ, ଅନଲଡିହ – ଅସ୍ଥକ ଯୋଗାଯୋଗ ବିଛିନ୍ନ

19

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ବର୍ଷା ଦ୍ୱାରା ଧାମନଗର ରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଯଦିଓ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାଜଳ କମିଛି ମାତ୍ର ଧାମନଗର ବ୍ଲକ ର ତଳିଆ ଅଂଚଳ ରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଅର୍ଜୁନପୁର , ପଧାନୀ , ହସନାବାଦ, ସୋହଡା ପଞ୍ଚାୟତ ର ଅନେକ ଗ୍ରାମ ଏବେ ବନ୍ୟା ଘେରର ରହିଛି। ଅସ୍ତକ, ଅନଲଡିହ, ବନବାଗ, ମଠସାହି ଅଂଚଳ ର ଅନେକ ଲୋକ ଗାଁ ରୁ ବାହାର କୁ ବାହାରି ପାରୁନାହାନ୍ତି। ବୈତରଣୀ ନଦୀରେ ଜଳ ପତନ ହ୍ରାସ ପାଇ ଥିଲେସୁଦ୍ଧା। ଧୁଷୁରୀ, ବମକୁରା, କାଶୀମପୁର, ହସନାବାଦ, ପାଳସାହି, ଭଟସାହି, ନଦୀଗାଁ, କୋଠାର ଅଂଚଳରେ ବନ୍ୟା ପାଣି ବଢୁଛି। ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପର ଦକ୍ଷିଣ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇଥିବାରୁ ବନ୍‌୍ୟା ନିୟନ୍ତ୍ରଣ ହୋଇପାରିଛି ଓ ଧାମନଗର ବଡ ବନ୍ୟା କୁ ମୁକାବିଲା କରିପାରିଛି। ପୂର୍ବରୁ ଏହି ଦୁଇ ଏସକେପ ମୁକୁଳା ଥିଲା। ଯାହା ଫଳରେ ବୈତରଣୀର ଜଳସ୍ତର ବିପଦ ସଂକେତରେ ପହଂଚିବା କ୍ଷଣି ଏହି ବାଟେ ବନ୍‌ଯା ଜଳ ଗାଁ ଭିତରକୁ ପଶୁଥିଲା। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚେଷ୍ଟାରେ ଦୁଇ ଏସକେପରେ ସୁରକ୍ଷା ପ୍ରାଚୀର ଓ ବେସମେଂଟ ଉଚ୍ଚା କରାଯିବାରୁ ବନ୍ୟା ରେ ଅଳ୍ପ ପାଣି ନିଷ୍କାସନ ହେଉଛି। ଅପର ପକ୍ଷରେ ବୈତରଣୀର ଶାଖା ଗେଙ୍ଗୁଟି ନଦୀବନ୍ଧରେ ଥିବା ପାହାଡ଼ପୁର ଏସକେପ, ମଠମାହାରା ଓ କନକେଇ ଏସକେପ ବାଟେ ପାଣି ପଶିବାରୁ ଖଡ଼ିପଦା, ସୋହଡ଼ା ଓ କରଦା ପଂଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ଖଡ଼ିପଦା ଓ କାଞ୍ଜିଆପାଳ ମଧ୍ୟରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ିଯିବାରୁ କାଞ୍ଜିଆପାଳ ଗ୍ରାମ ର ୨୦୦ ଘର ଜଳବନ୍ଦୀ ହୋଇଛନ୍ତି। ସେପଟେ ଏଥର ବନ୍‌ଯା ରେ ଧାମନଗର ବ୍ଲକର ଶହ ଶହ ହେକ୍ଟର ଜମି ବୁଡ଼ିଯାଇଛି। ଅଧିକାଂଶ ଜମିରେ ରୁଆ ପୋତା ଆରମ୍ଭ ହୋଇ ଥିବାରୁ ପାଣିରେ ବୁଡ଼ି ଧାନଗଛ ପଚି ଯାଇଛି। ବନ୍ୟା ର ଦ୍ୱିତୀୟ ଦିନରେ ରବିବାର ଦିନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ହସନାବାଦ, ପଙ୍ଗଟା, ଅସ୍ତକ, ଗୋପବନ୍ଧୁନଗର, ପଧାନି ର ଦାସପାରୀ, ଶଇଲୋ, ଅର୍ଜ୍ଜୁନପୁର ପଂଚାୟତ, ବମକୁରା, ଧୁଷୁରୀ, ସୋହଡ଼ାର ଗୌରାଙ୍ଗପୁର, ବାଲିପଡ଼ା, ପିତେଇପୁର ଓ ଆନନ୍ଦପୁରର ମଲ୍ଲିମାହାରା ଅଂଚଳ ବୁଲି ବନ୍ୟା ବିପନ୍ନ ଙ୍କ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦିଆଯାଇଛି। ସ୍କୁଲ ଘର ଓ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ବନ୍ୟା ପ୍ରଭାବିତ ସୋହଡ଼ା ପଂଚାୟତରେ ଘର ଘର ବୁଲି ଶୁଖିଲା ଖାଦ୍ୟ ବାଂଟିଛନ୍ତି। । ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ହୋଇ ରହିଛନ୍ତି। ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଛି କୌଣସି ଭୟଭୀତ ନ ହେବାକୁ ଜିଲ୍ଲାପାଳ ଦିଲୀପ ରାଉତରାୟ ବନ୍ୟା ବିପନ୍ନ ଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.