Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା କମୁଛି, ଦୁର୍ଦଶା ବଢୁଛି, ଅନେକ ଗାଁ ଏବେ ବନ୍ୟା ଘେରରେ

ଧାମନଗରରେ ବନ୍ୟା କମୁଛି, ଦୁର୍ଦଶା ବଢୁଛି, ଅନେକ ଗାଁ ଏବେ ବନ୍ୟା ଘେରରେ

22

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଲଘୁଚାପ ଜନିତ ବର୍ଷାରେ ଧାମନଗର ବ୍ଲକରେ ଏକ ସପ୍ତାହ ଧରି ବିଭିନ୍ନ ଅଂଚଳରେ ବନ୍ୟାଜଳରେ ଜଳମଗ୍ନ ହୋଇଛି । ବୈତରଣୀ ନଦୀର ବନ୍ୟାରେ କୋଚିଳା, ଗେଙ୍ଗୁଟୀ, ରେବ ଓ କପାଳି ନଦୀରେ ବନ୍ୟା ଆସିଛି । ଉପର ମୁଣ୍ଡରେ ବର୍ଷା କମୁଥିଲେ ମଧ୍ୟ ୪ଦିନ ଧରି ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଧାମନଗର ବ୍ଳକର ତଳିଆ ଅଂଚଳରେ ବନ୍ୟାଜଳରେ ଏବେ ସ୍ଥିତି ସଂଙ୍ଗୀନ୍ ଅଛି । ଏକ ସପ୍ତାହ ଧରି ଶହ ଶହ ଗୋରୁଗାଇ ପଦାକୁ ବାହାରିନପାରି ଘରେ ମଧ୍ୟ ବନ୍ଧାହୋଇ ରହୁଛନ୍ତି । ସୋହଡ଼ା, ପଧାନୀ, ହସାନାବାଦ, ଅର୍ଜ୍ଜୁନପୁର ପଂଚାୟତର ଅନେକ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଅର୍ଜ୍ଜୁନପୁର ପଂଚାୟତର ବାଲିପାଟଣା, ପଧାନୀ ପଂଚାୟତର କଇଥାଡ଼ିହ, ହସନାବାଦ ପଂଚାୟତର ଅନଳଡ଼ିହ ଓ ଅସ୍ତକ ଗ୍ରାମର ଲୋକମାନେ ଜଳବନ୍ଦି ହୋଇଅଛନ୍ତି ।

ହସନାବାଦ ପଂଚାୟତର ବନ୍ୟାଜଳରେ ଯାହା କ୍ଷତି କରିଛି ବୋଝଉପରେ ଲଳିତାବିଡ଼ା ପରି ୪ଦିନ ହେବ ଉକ୍ତ ଅଂଚଳରେ ବିଦ୍ୟୁତ୍ ସେବା କଟିଥିବାରୁ ଲୋକମାନେ ନାହିଁନଥିବାରୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଅନଳଡ଼ିହ ଗ୍ରାମରେ ବିଭିନ୍ନକଚ୍ଚାଘର ଭାଙ୍ଗିଥିବାର ଦେଖାଯାଇଛି । ବ୍ଲକର ଦେହୁଡ଼ି ଆନନ୍ଦପୁର, ସୋହଡ଼ା, ଖଡ଼ିପଦା ଆଦି ପଂଚାୟତର ବନ୍ୟାଜଳ ଛାଡ଼ୁଥିଲେ ମଧ୍ୟ ଅଧିକାଂଶ ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକମାନେ ଯା ଆସ କରିପାରୁନାହାନ୍ତି । ବ୍ଲକ ପ୍ରଶାସନ ରିପୋର୍ଟ ଅନୁଯାୟୀ ୧୭ଟି ପଂଚାୟତର ୨୮୨୮ଜଣ ବିପନ୍ନ ଥିବାବେଳେ ୮୫୫୩ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବ୍ଲକର ୪୩ଟି ଗାଁ ବନ୍ୟା ଘେରରେ ଅଛନ୍ତି । ଆଜି ବ୍ଲକର ପଧାନୀ ପଂଚାୟତର ୭୨ଜଣ, ଅର୍ଜ୍ଜୁନପୁର ପଂଚାୟତର ୫୨ଜଣ, ଧୂଷୁରୀ ପଂଚାୟତର ୩୫ ଜଣ ଓ ନଦୀଗାଁ ପଂଚାୟତର ୩୦ଜଣ ବନ୍ୟା ବିପର୍ଣ୍ଣଙ୍କୁ ବନ୍ୟାଘେରରୁ ଆଣି ଉଚ୍ଚ ସ୍ତାନରେ ରଖି ସେମାନଙ୍କୁ ସୁଖିଲା ଖାଦ୍ୟ ଯୋଗାଇଦିଆଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ବନ୍ୟାରେ ବ୍ଲକର ବିଭିନ୍ନ ପଂଚାୟତ ବନ୍ୟା ବିପନ୍ନ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଆଳରେ ହଜାର ହଜାର ଟଙ୍କା ବାଟମାରଣା ହୋଇଥିବାବେଳେ ପୁଣି ଚଳିତ ବନ୍ୟାରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବା ଆଳରେ ଯେପରି ସରକାରୀ ଅର୍ଥ ହରିଲୁଟ ନହୁଏ ସେ ଦିଗରେ ଜିଲ୍ଳାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.