Home ଜିଲ୍ଲା ପରିକ୍ରମା ଧାମନଗରରେ ପ୍ରଧାନଶିକ୍ଷକ ମେଧା ସମ୍ମିଳନୀରେ ପ୍ରଶାସନ ସାମ୍ବାଦିକଙ୍କୁ ଅଣଦେଖା

ଧାମନଗରରେ ପ୍ରଧାନଶିକ୍ଷକ ମେଧା ସମ୍ମିଳନୀରେ ପ୍ରଶାସନ ସାମ୍ବାଦିକଙ୍କୁ ଅଣଦେଖା

19

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଶିକ୍ଷକ ମେଧା ସମ୍ମାନ ସମ୍ମିଳନୀ ଏକ ସଫଳ ସରକାରୀ କାର୍ଯ୍ୟକ୍ରମ ହୋଇଥାଇପାରେ। କିନ୍ତୁ ଏହା ଭଦ୍ରକ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧିଙ୍କ ମନରେ ଏକ ଗଭୀର ଆଘାତ ଦେଇଛି। ଯେଉଁ ସାମ୍ବାଦିକମାନେ ଦିନରାତି ଏକ କରି ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇ ଥାଆନ୍ତି । ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ‘ଅଲୋଡ଼ା’ ଭଳି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାମ୍ବାଦିକଙ୍କ ପାଇଁ ଶେଷ ଧାଡ଼ି କାହିଁକି। କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସାମ୍ବାଦିକଙ୍କୁ ମିଟିଂ ହଲ ରେ ଶେଷ ଧାଡ଼ିରେ ବସିବାକୁ କହିବା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ। ଖବର ସଂଗ୍ରହ ପାଇଁ ଆସିଥିବା ପ୍ରତିନିଧିଙ୍କୁ ସର୍ବନିମ୍ନ ସୌଜନ୍ୟତା ପ୍ରଦାନ ନକରିବା ପ୍ରଶାସନର କେଉଁ ମନୋଭାବକୁ ଦର୍ଶାଉଛି। ଉପହାର ରେ ବି ଭେଦଭାବ। ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସେଠାରେ ଉପସ୍ଥିତ ଥିବା ୧୦ ରୁ ୧୫ ଜଣ ସାମ୍ବାଦିକମାନଙ୍କୁ ଅଣଦେଖା କରିବା କେତେଦୂର ନ୍ୟାୟସଙ୍ଗତ। ଏହା କ’ଣ ସାମ୍ବାଦିକମାନଙ୍କୁ ନିର୍ଯାତିତ କରିବାର ଏକ ନୂଆ ଶୈଳୀ। ସେଠାରେ ମନ୍ତ୍ରୀ ଓ ଜିଲ୍ଲାପାଳ ଥିବା ପର୍ଯ୍ୟନ୍ତ ସଭାରେ ଗହଳି ରହିବା ଏବଂ ସେମାନେ ଯିବା ପରେ ପ୍ରଧାନ ଶିକ୍ଷକମାନେ ଜଣ ଜଣ କରି ଖସିଯିବା, ପ୍ରଶାସନିକ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ। ଏହା କ’ଣ କେବଳ ଏକ ଫଟୋ ଉଠାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଥିଲା। ଭଦ୍ରକ ଜିଲ୍ଲାର ସାମ୍ବାଦିକମାନେ ଯେଉଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାହା କେବଳ ଏକ କାର୍ଯ୍ୟକ୍ରମର ଘଟଣା ନୁହେଁ। ଏହା ସରକାରୀ ବ୍ୟବସ୍ଥାରେ ସାମ୍ବାଦିକଙ୍କ ପ୍ରତି ବଢୁଥିବା ଅବହେଳାର ଏକ ପ୍ରତିଛବି। ବଡ ଦୁଃଖର କଥା ଜିଲ୍ଲା ତଥା ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରହି ସମାଜ ପାଇଁ ଦିଗ ଦର୍ଷନ ଦେଉଥିବା ବେଳେ ଯାହାକି ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଏବଂ ତାହାକୁ ସାମ୍ବାଦିକ ମାନେ ପ୍ରକାଶ କରିବା ପାଇଁ ଠିଆ ହୋଇ ରହିବା ନିଶ୍ଚିତ ଦୁଃଖ ଦାୟକ । ଏ ଦିଗରେ ଜିଲ୍ଲା ପ୍ରଶାସନ ଆତ୍ମ ଚିନ୍ତନ ର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.