Home ଜିଲ୍ଲା ପରିକ୍ରମା ଧାମନଗରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ

ଧାମନଗରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ

58

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ମୁମ୍ବାଇ ଠାରେ ଆଜି ତାଙ୍କର ଅସ୍ରୋପଚାର କରି ଛନ୍ତି। ଏଥି ନିମନ୍ତେ ରବିବାର ସନ୍ଧ୍ୟାରେ ଧାମନଗର ବ୍ଲକ ବିଜେଡି ପକ୍ଷରୁ ଧୁଷୁରୀ ,ଧାମନଗର ଏନଏସି , ଦୋବଲ ଜୋନ ରେ ବିଜେଡ଼ି କର୍ମୀ ଙ୍କ ତରଫରୁ ବିଭିନ୍ନ ଦେବା ଦେବୀ ପୀଠ ରେ ଦୀପଦାନ କରା ଯାଇଥିଲା। ଅସୁରାଳି ଜିଲ୍ଲା ପରିଷଦ ଜୋନ ପକ୍ଷରୁ ଅସୁରାଳି ସ୍ଥିତ ମା ବରୁଣେଇଁ ପୀଠ ଠାରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କରାଯିବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ କର୍ମୀ ମାନେ ପ୍ରାର୍ଥନା କହିଛନ୍ତି । ଏହି ସମୁହ ଦୀପ ଦାନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସାରଦା ପ୍ରସନ୍ନ ସାହୁ, ପ୍ରଦୀପ ମଲ୍ଲିକ, ବ୍ଲକ ଯୁବ ବିଜେଡ଼ି ସଭାପତି ଭାରତ ବିଜୟ ଦଳାଇ, ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଦୀପ ଦାନ କରିବା ସହିତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରିଥିଲେ । ସେହିପରି ଦୋବଲ ଓ ଧାମନଗର ଜୋନ ବିଜେଡି ପକ୍ଷରୁ କରଦା ପଞ୍ଚାୟତ ସ୍ଥିତ ଖିଲାଟେଶ୍ୱର୍ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସମୁହ ଦୀପ ଦାନ କରାଯାଇଛି । ଏଥିରେ ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡ଼ାକ୍ତର ସଞ୍ଜୟ ଦାସ, ବ୍ଲକ ବିଜେଡି ସଭାପତି ପ୍ରତାପ ସାମଲ, ଜ୍ୟୋତି ପ୍ରକାଶ ସାମଲ, ସତ୍ୟପ୍ରକାଶ ନାୟକ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇ ଦୀପ ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.