Home ଜିଲ୍ଲା ପରିକ୍ରମା ଧାମନଗରରେ ପବିତ୍ର ମହରମ୍ ପର୍ବ ପାଳିତ

ଧାମନଗରରେ ପବିତ୍ର ମହରମ୍ ପର୍ବ ପାଳିତ

13

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ର ବିଭିନ୍ନ ସ୍ଥାନରେ ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ରବିବାର ପାଳିତ ହୋଇଯାଇଛି। ମହରମ୍ ମାସକୁ ଇସଲାମିକ ନୂତନ ବର୍ଷ ଭାବେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣା ଯାଇଥିଲ।।ା ଏହି ଅବସର ରେ ଧାମନଗର ଏନ ଏ ସି ଓ ଆଖପାଖ ସାହି ବସ୍ତି ରେ ବାଡି ଖେଳ ହୋଇଥିଲା। ପରମ୍ପରା ଅନୁଯାୟୀ ଧାମନଗର ସ୍ଥିତ କରବଲା ମଇଦାନ ଠାରେ ବିଭିନ୍ନ ସାହି ବସ୍ତି ରୁ ୧୬ ଟା ଆଖାଡା ଦଳ ମଧ୍ୟରେ ବାଡ଼ିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସର ରେ ଧାମନଗର କଚେରି ବଜାର ଠାରେ କଳିଙ୍ଗ ୟୁଥ କ୍ଲବ ଆନୁକୁଲ୍ୟ ରେ ଏହି ପର୍ବ ଉପଲକ୍ଷେ ଭାଚାଇରା ବଜାଇ ରଖିବା ପାଇଁ ବିଭିନ୍ନ ରାଜନୈତିକ ଦଳ ର ନେତା କର୍ମୀ,ସମାଜସେବୀ ,ସାମ୍ୱାଦିକ ଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଭାଇଚାରା ରେ ବାଡି ଖେଳ ଓ ବଜାର ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଖଲିପା ମସର କାଦ୍ରି, ମିର ଗୋଲାମ ମୃତୁଯା, ସେକ ମୋସବର କାଦ୍ରୀ,ସେକ ବାବର ଅଲି, ମୀର ରିଙ୍କୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ତେବେ ଧାମନଗର ର ଏହି ମହରମ ପର୍ବ ପାଳନ ପାଇଁ ବିଭିନ୍ନ ଛକ ବଜାର ଓ ବସ୍ତି ରେ ପୋଲିସ ପେଟ୍ରୋଲିଁ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.