Home ଜିଲ୍ଲା ପରିକ୍ରମା ଧାମନଗରରେ ପବିତ୍ର ଇଦ୍‌-ଉଲ-ଜୁହା (ବକରିଦ)ପର୍ବ ପାଳିତ

ଧାମନଗରରେ ପବିତ୍ର ଇଦ୍‌-ଉଲ-ଜୁହା (ବକରିଦ)ପର୍ବ ପାଳିତ

17
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଲ-ଜୁହା (ବକରିଦ) ପର୍ବ ପାଳନ ହୋଇଚି। ମୁସଲମାନ ସମ୍ପ୍ରଦାୟର ଏହି ପର୍ବ ତିନି ଦିନି ବ୍ୟାପି ପାଳନ ହେଉଥିବା ବେଳେ ପ୍ରଥମ ଦିନ ସକାଳ ୬ ଟା ୩୦ ରେ ପୀରବାବାଙ୍କ ଗୋସଲ (ସ୍ନାନ) ପରେ ୮ ଟା ସମୟରେ ଧାମନଗର ସ୍ଥିତ ଇଦଗା ମଇଦାନ ଠାରେ ସମୂହ ନମାଜ ପାଠ ସହ ବିଭିନ୍ନ ସାହି,ବସ୍ତିରେ ଥିବା ମସଜିଦରେ ମଧ୍ୟ ନମାଜ ପାଠ ପଢା ଯାଇଛି। ଏହି ଅବସରରେ ଧାମନଗର ଖାନକା ସରିଫର ମତୱଲି ବାବା ଆଲହାଜ ସୟଦ ଗୋଲାମ ମହମ୍ମଦ ହବିବି ଇଦଗା ମଇଦାନ ଠାରେ ହଜାର ହଜାର ମୁସଲମାନ ଭାଇମାନଙ୍କୁ ସମୂହ ନମାଜ ପାଠ ପଢ଼ାଇ ଥିଲେ। ମୁସଲିମ ଭାଇମାନେ ଉଭୟ ପରସ୍ପର ମଧ୍ୟରେ କାନ୍ଧକୁ କାନ୍ଧ ମିଳାଇ ଇଦ୍‌-ଉଲ-ଜୁହା ମୁବାରକ ଜଣାଇଥିବା । ସେହିପରି ଦୋବଲ, ମୁସ୍ତଫାପୁର,ପିତେଇପୁର, ବୟାଙ୍ଗଡିହି,ନଦୀଗାଁ, ପନ୍ଦରବାଟିଆ,ଚୁଡାକୁଟି ଆଦି ସ୍ଥାନରେ ଏହି ପର୍ବ ପାଳନ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ କୁମାର ମାଝି ଉପସ୍ଥିତ ରହି ଧାମନଗର ଓ ଧୁଷୁରୀ ଅଂଚଳର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଧୁଷୁରୀ ଥାନା ଅଧିକାରୀ ଅଜୟ କୁମାର ବାଗେ,ଭଣ୍ଡାରିପୋଖରୀ ଥାନା ଅଧିକାରୀ କମଳାକାନ୍ତ ଦାସଙ୍କୁ ନିୟୋଜିତ କରାଯାଇଥିଲା। ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ୪ ପ୍ଲାଟୁନ ଫୋର୍ସ ବିଭିନ୍ନ ସାହି ବସ୍ତି ଓ ଛକ ବଜାର ମାନଙ୍କରେ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.