Home ଜିଲ୍ଲା ପରିକ୍ରମା ଧାମନଗରରେ ଧାନ କିଣାରେ ବିଳମ୍ବ, ଚିନ୍ତାରେ ଚାଷୀ,୧୫ ଦିନ ଅଧିକ ସମୟସୀମା ବଢ଼ାଇବାକୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର...

ଧାମନଗରରେ ଧାନ କିଣାରେ ବିଳମ୍ବ, ଚିନ୍ତାରେ ଚାଷୀ,୧୫ ଦିନ ଅଧିକ ସମୟସୀମା ବଢ଼ାଇବାକୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତି ସଂଘ ପକ୍ଷରୁ ସରକାରଙ୍କୁ ଦାବି

1
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଖରିଫ ଧାନ କିଣା ପ୍ରକ୍ରିୟା ଦୀର୍ଘ ଦିନ ଧରି ଆରମ୍ଭ ନ ହେବାରୁ ଚାଷୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚଳିତ ମାସ ୫ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ କିଣା ହୋଇପାରିନାହିଁ। ଏଣୁ ୧୫ ଦିନ ଧରି ବିଳମ୍ବ ହୋଇଛି, ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି। ଏନେଇ ବାଲେଶ୍ୱର–ଭଦ୍ରକ କେନ୍ଦ୍ର ସମବାୟ ସମିତି ସଂଘ ପକ୍ଷରୁ ଧାମନଗରରେ ଏକ ପ୍ରତିକ୍ରିୟା ରଖାଯାଇଛି। ସଂଘର ସମ୍ପାଦକ ଅରୁଣ ଉଦୟ ପାତ୍ର କହିଛନ୍ତି ଯେ ଧାନ କିଣାରେ ହେଉଥିବା ବିଳମ୍ବ ଦ୍ୱାରା ଚାଷୀମାନେ ଗଭୀର ଚିନ୍ତାରେ ରହିଛନ୍ତି। ତେଣୁ ସରକାର ଧାନ କିଣା ପାଇଁ ୧୫ ଦିନ ଅଧିକ ସମୟ ସୀମା ବଢ଼ାଇବାକୁ ସେ ଦାବି କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ଏଫଏକ୍ୟୁ ମାନଦଣ୍ଡରେ ଧାନ କିଣା ହେବାକୁ ଥିଲେ ମଧ୍ୟ ମାନ ଯାଂଚ ପାଇଁ ଟେକ୍ନିସିଆନ ଓ କ୍ୱାଲିଟି ଆନାଲାଇଜର ନଥିବାରୁ କାର୍ଯ୍ୟ ପ୍ରକ୍ରିୟା ଆଗକୁ ବଢ଼ିପାରୁନାହିଁ। ଏହା ସହ ମିଲର, ନୋଡାଲ ଅଫିସର ଓ ଏସଏମପିସି କମିଟି ମଧ୍ୟରେ ଠିକ୍‌?ଭାବରେ ସମନ୍ୱୟ ସୃଷ୍ଟି କରିବାକୁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ଅନେକ ଚାଷୀଙ୍କ ଫାରର୍ମର କୋର୍ଡ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବାରୁ ସେମାନେ ଟୋକନ ପାଇବାରେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଫାରର୍ମର କୋର୍ଡ ପ୍ରସ୍ତୁତ କରି ତତ୍କାଳ ଟୋକନ୍ ଜାରି କରିବାକୁ ଦାବି ହୋଇଛି। ସୂଚନଯୋଗ୍ୟ ଧାମନଗର ବ୍ଲକର ମୋଟ ୧୨ ଟି ସେବା ସମବାୟ ସମିତିରେ ୬,୪୩୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ସତ୍ୱେ ଧାନ କିଣା ଆରମ୍ଭ ନ ହେବାରୁ ଚାଷୀମାନଙ୍କ ମନରେ ଭୟ ଓ ଅନିଶ୍ଚିତତା ବଢ଼ିଛି। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ୧୫ ଦିନ ଅଧିକ ସମୟ ସୀମା ବଢ଼ାଇ ଧାନ କିଣା ଆରମ୍ଭ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିରେ ସଙ୍ଘର ସମ୍ପାଦକ ଅରୁଣ ଉଦୟ ପାତ୍ରଙ୍କ ସମେତ ରାମଚନ୍ଦ୍ର କର, ପ୍ରକାଶ ରାଉତ, ସ୍ୱାଗତିକା ରାଉତ, ବସନ୍ତରାଜ ସାହୁ, ଜ୍ୟୋତି ଶଙ୍କର ଦାସ, ସୁବାଷ ସାହୁ, ବୈଲୋଚନ ଜେନା, ସୁବଧ ରଞ୍ଜନ ନାୟକ, ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.