Home ଜିଲ୍ଲା ପରିକ୍ରମା ଧାମନଗରରେ ଦୁଇଟି ସ୍ଥାନରେ କରତ କଳ ଉପରେ ବନ ବିଭାଗର ଚଢାଉ

ଧାମନଗରରେ ଦୁଇଟି ସ୍ଥାନରେ କରତ କଳ ଉପରେ ବନ ବିଭାଗର ଚଢାଉ

12
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବନ ବିଭାଗ ତରଫରୁ ଧାମନଗର ଠାରେ ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର କାଠ ଜବତ ହୋଇଛି। ଏହାସହ ଉଭୟ କରତ କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଜି ସକାଳୁ ଧାମନଗର ବଜାର ର ମୁଲଣାସାହି ଠାରେ ବିନା ଲାଇସେନ୍ସରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉବେଳେ ଉକ୍ତ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛି ଭିଜିଲାନ୍ସ ଟିମି। ଏହାସହ ପାଖାପାଖି ୩ ଲକ୍ଷ ଟଙ୍କାର କାଠ ଜବତ କରିଛି। ସେହିପରି ନିକଟ ହବିବନଗର ରେ ଚାଲିଥିବା କରତ କଳ ଉପରେ ମଧ୍ୟ ଚଢ଼ଉ ହୋଇଛି। ଏହି ବେଆଇନ ମିଲ ରୁ ୨ ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି। ଏହାସହ ବନ କର୍ମଚାରୀ ଓ ଅଧିକାରୀ ସାଙ୍ଗରେ ଗ୍ୟାସ୍ କଟର ଆଣି ୨ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛନ୍ତି। ଏହାପରେ ଦୁଇ କରତ କଳର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏ ସି ଏଫ ସୁମିତି ମହାନ୍ତି , ଡ଼ି ସି ପି ରଜନୀ କାନ୍ତ ମହାନ୍ତି,ଭିଜିଲାନ୍ସ ଡି ଏସ ପି ଦୁଷ୍ମନ୍ତ ନାୟକ ଙ୍କ ନେତୃତ୍ୱ ରେ ଏହି ଚଡାଉ ହୋଇ ଥିଲା। ସ୍ଥାନୀୟ ବନାଂଚଳ ଅଧିକାରୀ ସୁଷମା ସାହୁ ଏହି ଚୋରା କରତ କଳକୁ ସହଯୋଗ କରୁଥିଲେ। ମାତ୍ର ଉପରିସ୍ଥ ଅଧିକାରି ତାଙ୍କୁ କୌଣସି ସୂଚନା ନ ଦେଇ ଏହି ଚଢାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.