Home ଜିଲ୍ଲା ପରିକ୍ରମା ଧାମନଗରରେ ଗ୍ରାମ୍ୟ ନ୍ୟାୟାଳୟର ଉଦଘାଟିତ

ଧାମନଗରରେ ଗ୍ରାମ୍ୟ ନ୍ୟାୟାଳୟର ଉଦଘାଟିତ

9

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ଦେୱାନୀ ଓ ଫୌଜଦାରୀ କୋର୍ଟ ପରିସରରେ ଗ୍ରାମ୍ୟ ନ୍ୟାୟାଳୟର ଆଭାସି ମାଧ୍ୟମରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରଣ ସିଂ ବୁଧବାର ସକାଳ ୯ ଟା ୪୫ ମିନିଟ ସମୟରେ ଏହି ଗ୍ରାମ୍ୟ ନ୍ୟାୟାଳୟକୁ ଉଦଘାଟନ କରିଥିଲେ।ଉଦଘାଟନ କାର୍ଯ୍ୟକ୍ରମ ସମୟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ସହ ଓଡିଶା ହାଇକୋର୍ଟର ମାନ୍ୟବର ଜଜ୍ ତଥା ଭଦ୍ରକ ଜିଲ୍ଲା ଏଡମିନିଷ୍ଟ୍ରେଟିଭ ଦାୟିତ୍ୱରେ ଥିବା ଜଷ୍ଟିସ ଶଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ।ଧାମନଗର ଠାରେ ଅନୁଷ୍ଠିତ ଗ୍ରାମ୍ୟ ନ୍ୟାୟାଳୟର ଏହି ଉଦଘାଟନୀ ଉତ୍ସବରେ ଭଦ୍ରକ ଜିଲ୍ଲା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ,ଭଦ୍ରକ ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ଜ୍ୟୋତିରଞ୍ଜନ ଦାସ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଲି,ଧାମନଗର କୋର୍ଟର ଜଜ୍ ଚିନ୍ମୟ ଦାସ,ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର,ଧାମନଗର ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ବିଭୂପ୍ରସାଦ ନାୟକ,ଏସଡିପିଓ ତ୍ରିଲୋଚନ ସେଠୀ। ତହସିଲଦାର ଦୀପକ ଦାସ, ବିଡ଼ିଓ ବନ ବିହାରି ଦିନ୍ଦା,ଧାମନଗର ଓକିଲ ସଂଘର ସଭାପତି ଅଶୋକ କୁମାର ଦାସ,ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିବାବେଳେ ବହୁ ଆଇନଜୀବୀ,କୋର୍ଟ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗ୍ରାମ୍ୟ ନ୍ୟାୟାଳୟରେ ପ୍ରଥମ ଦିନରେ ତିନୋଟି ମୋକଦ୍ଦମାର ୬ ଜଣ ବ୍ୟକ୍ତି ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.