ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଗୋରୁ ମାଫିଆଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଗୋରୁ ମାଫିଆଙ୍କ ଆକ୍ରମଣରେ ଯାଜପୁର ଅଂଚଳର ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ବେଳେ, ଘଟଣାର ତିନି ଦିନ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।ପ୍ରକାଶ ଥାଉକି ଚଳିତ ମାସ ୩ ତାରିଖ ବିଳମ୍ବିତ ରାତିରେ ଯାଜପୁର ଅଂଚଳର ସରୋଜ ସାହୁ ଏବଂ ଭରତ ବଳ ନିଜ ଗାଡ଼ିରେ ନିଜର ବାଲି ଗାଡ଼ି ଫେରି ନଥିବା ଖବର ବୁଝିବାକୁ ଆସିଥିଲେ । ଦକ୍ଷିଣ ବାଡ଼ ଛକ ନିକଟରେ ପୋଲିସ ସୂଚନାକାରି ଭାବି ସେମାନଙ୍କୁ କିଛି ଗୋରୁ ମାଫିଆ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଉଭୟ ସରୋଜ ଓ ଭରତ ଗୁରୁତର ଭାବେ ଆହତ ହୋଇଥିଲେ।ଘଟଣାକୁ ନେଇ ଅଭିଯୋଗ ହେବା ପରେ ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତିନି ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଧାମନଗର ବଜାର ସାହୀର ସେକ ନୂରୁ ଅହେମଦ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୬ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ପୋଲିସ ଘଟଣାସ୍ଥଳରୁ ଦୁଇଟି ଗାଡ଼ି ଯାଇଲୋ ଗାଡ଼ି ଓଆର-୦୯କ୍ୟୁ- ୮୦୨୫ ଓ ସୁଇପି ଡିଯାର ଓଡି-୨୨ୟୁ- ୭୭୭୧ ଦୁଇଟି ଗାଡ଼ି କୁ ପୋଲିସ ଜବତ କରିଛି।ଅଭିଯୁକ୍ତ ସେକ ନୂରୁ ଅହେମଦ କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ, ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଧାମନଗର ଭଳି ଏକ ଶାନ୍ତ ଅଂଚଳରେ ଗୁରୁ ମାଫିଆଙ୍କ ଏଭଳି ଦୌରାତ୍ମ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି। ଧାମନଗର ଥାନା ର ଏସ ଆଇ ପ୍ରଦୀପ ନାୟକ ଓ ଏ ଏସ ଆଇ ନରେନ୍ଦ୍ର ରାଉତ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି।ଅନ୍ୟ ମାନଙ୍କୁ ଖୁବ୍ ଶିଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।







