Home ଜିଲ୍ଲା ପରିକ୍ରମା ଧାମନଗରରେ ଗାନ୍ଧିଙ୍କ ୭୮ତମ ପୂର୍ଣ୍ୟତିଥି ପାଳିତ

ଧାମନଗରରେ ଗାନ୍ଧିଙ୍କ ୭୮ତମ ପୂର୍ଣ୍ୟତିଥି ପାଳିତ

11

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୮ତମ ପୂର୍ଣ୍ୟତିଥି ଉପଲକ୍ଷେ ଧାମନଗର ମହତାବ ସେବା ସଦନ ପରିସରରେ ଗାନ୍ଧୀ ଜନକ କଲ୍ୟାଣ ସମିତି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମିତିର ଅବାହକ ସଞ୍ଜୟ ମିଶ୍ରଙ୍କ ଆହ୍ୱାନରେ ଆୟୋଜିତ ଏହି ସଭାରେ ବଶିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ ସଭାପତିତ୍ୱ ନୂତନ କରି ଗଢ଼ିଉଠିଥିବା ଏହି ସାମାଜିକ ଅନୁଷ୍ଠାନର ମୂଖ୍ୟ ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧିଙ୍କ ଅହିଂସା, ସତ୍ୟ ଓ ସରଳତାର ବିଚାରଧାରାକୁ ସମାଜ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା। ଏହି ସଭାରେ ରସାନନ୍ଦ ମହାପାତ୍ର, ନାରାୟଣ ଚନ୍ଦ୍ର ନାୟକ, ମାନସ ରଞ୍ଜନ ମହାପାତ୍ର, ପ୍ରଭାତ ପଣ୍ଡା, ଅଭିରାମ ମହାନ୍ତି, ପ୍ରମୋଦ ସ୍ୱାଇଁ, ଲକ୍ଷ୍ମୀନାରାୟଣ ମିଶ୍ର, ଅରବିନ୍ଦ ନାୟକ, ସେକ ତାରିଖ ଆନୁଆର ସମେତ ଅନେକ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ। ଏହି ଅବସରରେ ଧାମନଗରରେ ଗାନ୍ଧୀଜୀଙ୍କ ଏକ ମୂର୍ତି ନିର୍ମାଣ ପାଇଁ ତହସିଲଦାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.