Home ଜିଲ୍ଲା ପରିକ୍ରମା ଧାମନଗରରେ ଖୋଲିଲା ସବ୍ ଜଜ୍ କୋର୍ଟ, ଭାରତୀୟ ଜନତା ପାର୍ଟି ଓ ଧାମନଗର ଓକିଲ ସଂଘ...

ଧାମନଗରରେ ଖୋଲିଲା ସବ୍ ଜଜ୍ କୋର୍ଟ, ଭାରତୀୟ ଜନତା ପାର୍ଟି ଓ ଧାମନଗର ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

7

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ରେ ସବଜଜ କୋର୍ଟ ଘୋଷଣା ହୋଇଛି। ଏହାକୁ ନେଇ ଧାମନଗର ବିଜେପି ଓ ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଆଇନ୍ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।ପ୍ରକାଶ ଥାଉକି ୨୦୧୪ ମସିହାରେ ଧାମନଗର ଠାରେ କୋର୍ଟ ଖୋଲିଥିଲା । ୨୦୨୫ ବେଳକୁ ପାଖାପାଖି ୧୦ ହଜାରରୁ ଉର୍ଦ୍ଧ କେଶ୍ ପେଣ୍ଡିଙ୍ଗ ପଡ଼ିଥିଲା। ଏହାକୁ ଲକ୍ଷ୍ୟ କରି ଧାମନଗର ଆଇନଜୀବୀଙ୍କ ପକ୍ଷରୁ ନୂତନ ଦେୱାନୀ ଅଦାଲତ ନିର୍ମାଣ ଲାଗି ଦାବୀ ହୋଇ ଆସୁଥିଲା। ତେବେ ଏନେଇ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ଧାମନଗରରେ ସବ୍ ଜଜ୍ କୋର୍ଟ ଖୋଲିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ନେଇ ପ୍ରଥମେ ଧାମନଗର ବିଜେପି ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୧ ଟା ସମୟରେ ପୂର୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଜୟ ରାମଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର, ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାଶ ମହାପାତ୍ର, ବିଜେପି କର୍ମୀ ଅରବିନ୍ଦ ପତି, ଶ୍ରୀଧର ବେହେରା, ଆଇନଜୀବୀ ଅଜିତ ଦାଶ, ଅଶୋକ ଦାଶ, ମନୋଜ୍ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଆଇନ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କୁ କୃତଜ୍ଞତା ଜଣାଇଥିଲେ। ଧାମନଗର ଓକିଲ ସଂଘ ପକ୍ଷରୁ ଅପରାହ୍ନ ୪ ଟା ସମୟରେ ଧାମନଗର କୋର୍ଟ ପରିସରରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଆଇନଜୀବୀ ରଣଜିତ ମହାନ୍ତି ସଭାପତିତ୍ୱରେ କରିଥିବା ବେଳେ ସଂଘର ସଭାପତି ଅଶୋକ ଦାଶ, ଅମରେନ୍ଦ୍ର ମହାନ୍ତି, ବିଜୟ ରାମ, ଉପସଭାପତି ପ୍ରଜ୍ଞାପରମିତା ଦାଶ, ପର୍ଶୁରାମ ମହାପାତ୍ର, ମିନତୀ ମଲ୍ଲିକ, ମନୋଜ ଗୁପ୍ତା, ଶାନ୍ତନୁ ଦାସ, ସନ୍ତୋଷ ତ୍ରିପାଠୀ, ଜୈନୁଲ ଅବେଦିନ ଓ ଅନ୍ୟମାନେ ଉପସ୍ଥିତ ରହି ସଧାରଣ ଲୋକଙ୍କ ସୁବିଧା ଓ ଉପକାରିତା ସଂପର୍କରେ ରାଜ୍ୟସରକାର ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।ସୂଚନା ଥାଉକି ଧାମନଗର ରେ ଏହି ନୂତନ ସବ ଜଜ୍ ଖୋଲିବା ଦ୍ୱାରା ଆଉ ଧାମନଗର ତହସିଲ ଅଂଚଳ ର ଲୋକ ମାନେ ଭଦ୍ରକ ଯିବାକୁ ପଡ଼ିବ ନାହିଁ। ଧାମନଗର ଠାରେ ସେମାନଙ୍କ କାର୍ଯ୍ୟ ହେବ ବୋଲି ଉଭୟ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.