Home ଜିଲ୍ଲା ପରିକ୍ରମା ଧାମନଗରରେ ଖଣି ବିଭାଗର ସଚେତନତା ପରେ ବାଲି ମାଫିଆ ପ୍ରଶାସନ ଆଖିରେ ଧୂଳି ଦେଇ ବାଲି...

ଧାମନଗରରେ ଖଣି ବିଭାଗର ସଚେତନତା ପରେ ବାଲି ମାଫିଆ ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବିକ୍ରି କରି ଚାଲିଛି

2

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବୈତରଣୀ ନଦୀ ପଠା ବାଲି ମାଫିଆଙ୍କ ଚରା ଭୂଇଁ ସାଜିଛି। ବେଧଡକ ଭାବେ ବାଲି ଚୋରା ଚାଲାଣ ଚାଲିଛି। ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଠାରୁ ଧୁଶୁରି ଥାନା ର ବାଲିପାଟଣା ,ଅସ୍ତକ, ହସନାବାଦ ଯାଏ ସବୁଠି ଚାଲିଛି ବାଲି ଚୋରାଚାଲାଣ। ପ୍ରଶାସନ ଆଖିରେ ଧୂଳି ଦେଇ ମାଫିଆମାନେ ବେଧଡ଼କ । ବାଲି ଚୋରା ଚାଲାଣ ଚଲାଇଛନ୍ତି। ବୈତରଣୀ ନଦୀର ବିଭିନ୍ନ ନଦୀ ଘାଟରୁ ପ୍ରତ୍ୟେକ ଦିନ ବିପୁଳ ପରିମାଣରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମାଫିଆମାନେ ବାଲି ଚାଲାଣ କରି ମାଲାମାଲ ହେଉଥିବା ବେଳେ ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପୁଲିସ, ପ୍ରଶାସନର କିଛି ଅସାଧୁ କର୍ମଚାରୀ ସାମିଲ ରହୁଥିବା ମଧ୍ୟ କୁହାଯାଉଛି। ନିକଟର ଚୋରା ବାଲି ରୋକିବା ପାଇଁ ଖଣି ବିଭାଗ ପକ୍ଷରୁ ବାଲି ମାଫିଆ ଙ୍କ ସହଯୋଗ ରେ ସଚେତନତା କରିଥିଲେ। କେବଳ ସଭା ଓ ସୂଚନା ଫଳକ ରେ ସୀମିତ ରହିଯାଇଛି ଉକ୍ତ ସଚେତନତା କାର୍ଯ୍ୟକ୍ରମ। କିଛି ଅଧିକାରୀ ଓ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଆସ୍ଥାଭାଜନ ପାଇଁ ବୋର୍ଡ ଲଗାଇ ସଚେତନ କରାଇଛନ୍ତି। କିନ୍ତୁ ବାସ୍ତବରେ ବାଲି ଚାଲାଣ ଚୋକିବା ଦିଗରେ ନା ପୁଲିସ ନା ଖଣି ବିଭାଗ କେହି ବି ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେବେ ଚୋରା ବାଲି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ଅଭିଯାନ(ବାସା) ଆରମ୍ଭ କରିଛି। ସରକାରଙ୍କ ଠାରୁ ଅନୁମୋଦନ ମିଳିନଥିବା ବାଲି ଖାଦାନ ମାନଙ୍କରୁ ଅବୈଧ ଭାବେ ବାଲି ଉତୋଳନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲୁକା ଅଂଚଳ ସୁରକ୍ଷା ଅଭିଯାନର ଆରମ୍ଭ କରାଯାଇଛି।କିନ୍ତୁ ତାହା ବେଆଇନ ବାଲି ଉତୋଳନ ବନ୍ଦ କରିବା ଦିଗରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଥିଲା । ସରକାର ‘ବାସା’ ଆରମ୍ଭ କରିବା ପରେ ବି ବାଲି ଚୋରା ଚାଲାଣ ଥମୁନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୈତରଣୀ ନଦୀରେ ଆନନ୍ଦପୁର , ଅର୍ଜୁନପୁର ଓ ହସନାବାଦ ପଂଚାୟତ ନିକଟର ବିଭିନ୍ନ ଘାଟ ନଦୀରୁ ବାଲି ଚାଲାଣ ହେଉଛି। ତେବେ ଏହି ବାଲି ଚୋରାଚାଲାଣ କୁ ରୋକିବା ପାଇଁ ଉପ ଜିଲ୍ଲାପାଳ,ତହସିଲଦାର,ଫରେଷ୍ଟର, ଥାନା, ଏସଡିପିଓ ଓ ଖଣି ବିଭାଗ କମିଟି ରେ ରହିବେ ଏବଂ ସେମାନେ ଏହି ବେଆଇନି ବାଲି ଚୋରାଚାଲାଣ କୁ ରୋକିବେ।ହେଲେ ଏହି କମିଟି ହେଲା ପରେ ଉପରୋକ୍ତ କମିଟି ର କାର୍ଯ୍ୟକର୍ତା କେହିବି ଚୋରା ବାଲି ଉପରେ ନଜର ଦେଉ ନାହାଁନ୍ତି।ଫଳରେ ବାଲି ମାଫିଆ ମାନେ ସେହି ସୁଯୋଗ ରେ ଅହରହ ବାଲି ଉଠାଇ ବିକ୍ରି କରିଚାଲିଛନ୍ତି। ଏପଟେ ବାଲିଘାଟ ନିଲାମ ପାଇଁ ଖଣି ବିଭାଗ ର ଆନ୍ତରିକ ଅଭାବ ଯୋଗୁଁ ବାଲି ମାଫିଆ ମାନେ ବାଲି ଚୋରୀ କରୁଛନ୍ତି ବୋଲି ସାଧାରଣ ରେ ଆଲୋଚନା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.