Home ଜିଲ୍ଲା ପରିକ୍ରମା ଧାମନଗରରେ କବାଡିଆ ବ୍ୟବସାୟ ନାଁରେ ଚାଲିଛି ମେଗା ଜିଏସ୍‌ଟି ଠକେଇ, ପାନ ଦୋକାନୀ ଓ ମୃତ...

ଧାମନଗରରେ କବାଡିଆ ବ୍ୟବସାୟ ନାଁରେ ଚାଲିଛି ମେଗା ଜିଏସ୍‌ଟି ଠକେଇ, ପାନ ଦୋକାନୀ ଓ ମୃତ ବ୍ୟକ୍ତିଙ୍କ ନାମରେ ଖୋଲାଯାଇଛି ଫାର୍ମ

3

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ କବାଡିଆ ବ୍ୟବସାୟ ଏବେ କୋଟି କୋଟି ଟଙ୍କାର ଟିକସ ଫାଙ୍କିବାର ମାଧ୍ୟମ ପାଲଟିଛି। ଛତୁ ଫୁଟିଲା ଭଳି ଗଳିକନ୍ଦିରେ କବାଡିଆ ଦୋକାନ ଖୋଲିଥିବା ବେଳେ, ଅଧିକାଂଶ କବାଡିଆ ବ୍ୟବସାୟୀ ସରକାରୀ ନିୟମକୁ ବୁଢ଼ା ଆଙ୍ଗୁଠି ଦେଖାଇ ଜିଏସ୍‌ଟି ଠକେଇ କରୁଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଅନେକ ସ୍ଥାନରେ ସାଧାରଣ ପାନ ଦୋକାନୀ ଏବଂ ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଜିଏସ୍‌ଟି ଲାଇସେନ୍ସ ହାସଲ କରାଯାଇଛି।ସୂଚନା ଅନୁସାରେ, ଏହି ମାଫିଆମାନେ ଅତି ଚତୁରତାର ସହ ଗରିବ ଓ ଅସହାୟ ଲୋକଙ୍କ ଆଧାର କାର୍ଡ ଓ ପାନ କାର୍ଡ ହାତେଇ ନକଲି ଫାର୍ମ ତିଆରି କରୁଛନ୍ତି। ଫଳରେ କୋଟି କୋଟି ଟଙ୍କାର କାରବାର ହେଉଥିଲେ ମଧ୍ୟ ସରକାରଙ୍କ ଖାତାକୁ ଟିକସ ଯାଉନାହିଁ। ଯେଉଁଠି ଜଣେ ସାଧାରଣ ବ୍ୟବସାୟୀ ସଚୋଟତାର ସହ ଜିଏସ୍‌ଟି ପୈଠ କରୁଛି, ସେଠାରେ ଏହି ମାଫିଆମାନେ ‘ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍‌’ (ଆଇଟିସି) ର ଦୁରୁପଯୋଗ କରି ସରକାରଙ୍କ ଆଖିରେ ଧୁଳି ଦେଇ ବେସ ହାତ ଚିକଣ କରୁଚନ୍ତି। ଜିଏସ୍‌ଟି ଆଇନ ଅନୁଯାୟୀ, ଜାଲିଆତି କରି ଟିକସ ଫାଙ୍କିବା ଏକ ସଂଜେ୍ଞୟ ଅପରାଧ, ଯଦି ଠକେଇ ପରିମାଣ ୫ କୋଟି ଟଙ୍କାରୁ ଅଧିକ ହୁଏ, ତେବେ ଅଭିଯୁକ୍ତଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା ହୋଇପାରେ, ଅନ୍ୟ ଜଣଙ୍କ ନାମରେ ବା ମୃତ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ କରିବା ‘ଧାରା ୪୨୦’ (ଠକେଇ) ଏବଂ ଜାଲିଆତି ଅନ୍ତର୍ଗତ ଆସେ। ନିୟମ ଅନୁସାରେ, ଜିଏସ୍‌ଟି ଅଧିକାରୀମାନେ ଯେକୌଣସି ସମୟରେ ବ୍ୟବସାୟ ସ୍ଥଳ ପରିଦର୍ଶନ କରି କାଗଜପତ୍ର ଯାଂଚ କରିପାରିବେ। ଯଦି ଠିକଣା ଭୁଲ୍ ଥାଏ, ତେବେ ତୁରନ୍ତ ଜିଏସ୍‌ଟି ନମ୍ବର ରଦ୍ଦ କରାଯିବାର ନିୟମ ରହିଛି। ମାତ୍ର ମାଲିକ ମାନେ ବିଭାଗୀୟ ଅଧିକାରି ଙ୍କୁ ହାତକରି ଏହି ବେଆଇନୀ କାମ କରୁଛନ୍ତି।ସ୍ଥାନୀୟ ସଚେତନ ନାଗରିକ ଓ ସଚୋଟ ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜାଲ ଏଝଞ ଲାଇସେନ୍ସଧାରୀଙ୍କ ଯୋଗୁଁ ପ୍ରକୃତ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ଏହି ରାକେଟ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।ବର୍ତମାନ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଓ ବାଣିଜ୍ୟିକ କର ବିଭାଗ ଧାମନଗର ଅଂଚଳର ଏହି କବାଡିଆ ବ୍ୟବସାୟୀଙ୍କ ଉପରେ କେବେ ଚଢ଼ାଉ କରୁଛନ୍ତି।ସୂଚନା ଥାଉକି ଧାମନଗର ଥାନାର ମାତ୍ର ୨ ଶହ ମିଟର ଦୁରରେ ହବିବିନଗର ରେ ପ୍ରାୟ ୨୦ ଟି ବେଆଇନି କବାଡ଼ିଆ ଦୋକାନ ଖୋଲା ଯାଇଥିବା ବେଳେ ମନ୍ଦିର ମସଯିଦି ଓ ରାସ୍ତା କଡରେ କବାଡିଆ ଦୋକାନ ଖୋଲାଯାଇ ଖୋଲମଖୁଲା ଏହି ବେପାର କରାଯାଉଛି ।ଧାମନଗର,ଜୟନଗର, ଶ୍ୟାମପୁର, ହବିବିନଗର, ଦୋବଲ, ଖଡ଼ିପଦା, ସେଣ୍ଡପୁର,ଜାହାଙ୍ଗୀର ରୋଡ଼,ଧାମନଗର ଛକ,ଗୁଡପୋଖରୀ, ପନ୍ଦରବାଟିଆ ସମେତ ଗାଁ ଗହଳି ରେ ଏହି ବେପାର କରାଯାଉଛି। ଏ ଦିଗରେ ଚୋରା ବେପାରୀ ମାନେ କୁହନ୍ତି ଥାନା କୁ ମାସିକ ବଟି ଦେଇ ଆମେ ବେପାର କରୁଚୁ।ତେବେ ସରକାର ଙ୍କ ଆଖିର ଧୂଳି ଦେଇ ବର୍ଷ ବର୍ଷ ଧରି ଏପରି ଟିକସ ଫାଙ୍କି କୋଟିପତି ହେଉଥିବା କଳା ବେପାରୀ ଙ୍କ ପ୍ରତି କାହିକି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନିକଟରେ ଧାମନଗର ଥାନା କୁ ନୂଆ ଥାନା ଅଧିକାରି ଯୋଗ ଦେଇଥିବା ବେଳେ ବେଆଇନି କାବଡିଆ ଦୋକାନୀ ଙ୍କ ପ୍ରତି କି କାର୍ଯ୍ୟନୁଷ୍ଟାନ ନେଉଛନ୍ତି ଦେଖିବାକୁ ବାକିରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.