ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଖାନକା ସରିଫ ଠାରେ ୪୫ ତମ ଉର୍ସଉତ୍ସବ ଦୁଇ ଦିନଧରି ପାଳିତ ହୋଇଯାଇଛି। ଆଜି ଶେଷ ଦିନ ରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରାୟ ଦୁଇଲକ୍ଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଉତର ପ୍ରଦେଶ,ବେଙ୍ଗଲ,ଝାଡଖଣ୍ଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଆଜି ରାଜ୍ୟର ଶ୍ରଧାଳୁ ମାନଙ୍କ ଭିଡହୋଇଛି।ଦ୍ୱିତୀୟ ଦିନରେ ସମୁହ ନମାଜ ପାଠ,ଚାଦର ଚଢା ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ବେଳେ ଯାତ୍ରା ମାନଙ୍କ ପାଇଁ ନିର୍ଧାରିତ ସମୟରେ ଦର୍ଶନ ବେବସ୍ତା ,ମେଡ଼ିକାଲ କ୍ୟାମ୍ପ ଆଦି ବେବସ୍ତା ପ୍ରଶାସନ ପକ୍ଷରୁ କରାଯାଇଛି ।ବିଭିନ୍ନ ପ୍ରକାର ଖାଦ୍ୟ ଓ ମିନା ବଜାର ପଡିଥିବାରୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି ।ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଲୋକଙ୍କ ଯାତାୟାତ ପାଇଁ ବାଇପାସ ରୋଡ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।