Home ଜିଲ୍ଲା ପରିକ୍ରମା ଧାମନଗରରେ ଅଧିକାଂଶ ପଂଚାୟତକୁ ଗଡୁନି ଗ୍ରାମୀଣ ପରିବହନ ସେବା, ବସ ଷ୍ଟପରେ ଅସାମାଜିକ ଆଡ଼ା

ଧାମନଗରରେ ଅଧିକାଂଶ ପଂଚାୟତକୁ ଗଡୁନି ଗ୍ରାମୀଣ ପରିବହନ ସେବା, ବସ ଷ୍ଟପରେ ଅସାମାଜିକ ଆଡ଼ା

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ରାଜ୍ୟ ସରକାର ଗ୍ରାମାଂଚଳର ମହିଳା ଓ ପୁରୁଷମାନେ ବ୍ଲକ କୁ ଆସିବା ପାଇଁ ଲକ୍ଷ୍ମୀ ବସ ଯୋଜନା ରେ ବସ ସେବା ଯୋଗାଇ ଦେଇଥିଲେ। ସେଥିରେ ମହିଳା ଙ୍କ ପାଇଁ ୫ ଟଙ୍କା ଓ ପୁରୁଷ ଙ୍କ ପାଇଁ ୧୦ ଟଙ୍କା ବସ ଟିକେଟ ଧାର୍ଯ୍ୟ କରାଯାଇଛି। ପଂଚାୟତ ହେଡ କ୍ୱାଟର ଠାରୁ ବ୍ଲକ ହେଡ କ୍ୱାଟର କୁ ଏହି ବସ ଯାଉଚି। ପ୍ରକାଶ ଥାଉକି ଧାମନଗର ବ୍ଲକରେ ମୋଟ୍ ୩୭ ଟି ବସ ଷ୍ଟପ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ନୂଆ ବସ ଷ୍ଟପ ଲାଗି ୫ ଲକ୍ଷ ୩୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସେହିପରି ୪ ଟି ବସ ଷ୍ଟପ କୁ ମରାମତି କରାଯିବା ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। ଧାମନଗର ବ୍ଲକର ୩୧ ଟି ପଂଚାୟତରେ ବସ ଷ୍ଟପ ପାଇଁ ଟଙ୍କା ମଞ୍ଜୁ ହୋଇଥିଲା ସେଥି ମଧ୍ୟ ସମସ୍ତ ପଂଚାୟତରେ ପାଖା ପାଖି ବସ ଷ୍ଟପ ସରିଯାଇ ଥିବା ବେଳେ ତିନି ରୁ ଚାରୋଟି ପଂଚାୟତ ରେ ଅଧା କାମ ହୋଇ ରହିଥିବା ବେଳେ ମୁସ୍ତାଫାପୁର ଓ ଦୋବଲ ପଂଚାୟତ ଇଟା ଖଣ୍ଡେ ବି ଯୋଡ଼ା ଯାଇନି। ତେବେ ରାଜ୍ୟ ର ମୋହନ ସରକାର ଦାଇତ୍ୱ ନେବାପରେ ଲକ୍ଷ୍ମୀ ବସ ର ନାମ ପରିବର୍ତନ ସହ ବସ ର ରଙ୍ଗ ମଧ୍ୟ ପରିବର୍ତନ କରି ମୁଖ୍ୟମନ୍ତ୍ରୀ ବସ ସେବା ନାମ କରଣ କରା ଯାଇଥିବା ବେଳେ ପୁଣି ନାମ ପରିବର୍ତନ କରାଯାଇ ଗ୍ରାମୀଣ ପରିବହନ ସେବା ନାମରେ ଏବେ ବସ ଚାଲିଛି । ପ୍ରଥମେ ଧାମନଗର ବ୍ଲକ କୁ ଗୋଟିଏ ବସ ଚାଲି ଥିବା ବେଳେ ଏବେ ଚାରୋଟି ବସ ଧାମନଗର ରେ ଚାଲିଚି।ଧାମନଗର ରୁ ବାଙ୍କସାହି,ଧାମନଗର ରୁ ପଧାନୀ,ଧାମନଗର ରୁ କାସିନ୍ଦିପୁର ଓ ଧାମନଗର ରୁ କୁବେରା କୁ ଏହି ବସ ଯାଉଛି। ପୁର୍ବ ଅପେକ୍ଷା ଏବେ ଏହି ବସ ଉପରେ ଅଧିକ ମହିଳା ଓ ପୁରୁଷ ନିର୍ଭର ଜରୁଚନ୍ତି ।ହେଲେ ସରକାର ଙ୍କ ଏହି ଯୋଜନା ପ୍ରତେକ ପଂଚାୟତ କୁ ଯିବ ମାତ୍ର ଅନେକ ପଂଚାୟତ କୁ ବିଭିନ୍ନ କାରଣ ବସତ ବସ ଯାଇ ପାରୁନି ।ବିଶେଷ କରି ଆନନ୍ଦପୁର,ଖଡ଼ିପଦା, ଦୋବଲ , ହସନାବାଦ, କରଦା, ଭଟସାହି, ଅର୍ଜୁନପୁର ଆଦି ପଂଚାୟତ ବସ ଷ୍ଟପ କୁ ବସ ଯାଉନାହିଁ ।ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସ ଷ୍ଟ ପ ନିର୍ମାଣ କରା ଯାଇଥିବା ବେଳେ ଏହି ବସ ଷ୍ଟପ ଏବେ ଅସାମାଜିକ ଲୋକ ଙ୍କ ବାସ ସ୍ଥାନ ହୋଇଚି । ଏ ଦିଗର ରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ଦିଗରେ ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା କହି ଛନ୍ତି ଯେ କିଛି ସ୍ଥାନ ରେ ରାସ୍ତା ଅବସ୍ଥା ଭଲ ନ ଥିବାରୁ ବସ ଯାଇପାରୁନି ତେବେ ଖୁବ ଶୀଘ୍ର ସମସ୍ୟା ର ସମାଧାନ କରା ଯିବ ବୋଲି ବିଡିଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.