Home ଜିଲ୍ଲା ପରିକ୍ରମା ଧାମନଗର:ପିଆରଆଇ ସଭ୍ୟଙ୍କ ଧାରଣା ଦ୍ୱିତୀୟ ଦିନରେ

ଧାମନଗର:ପିଆରଆଇ ସଭ୍ୟଙ୍କ ଧାରଣା ଦ୍ୱିତୀୟ ଦିନରେ

37

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଡିଓ, ସହକାରୀ ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗଣତାନ୍ତ୍ରୀକ, ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଧାମନଗର ପଂଚାୟତ ସମିତିର କେତେକ ପିଆରଆଇ ସଭ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆଜି ଦ୍ୱିତୀୟ ଦିନରେ ପହଂଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଧାରଣା ସମାଧାନ ନହେବାରୁ ସଭ୍ୟମାନେ ଧାରଣା ବଳବତର ରଖିବା ସହିତ ଏଥିରେ ଏହି ଧାରଣାକୁ ଆଜି ବିଜେପି ଦଳ ସମର୍ଥନ ଦେଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ୧୫ ତମ ସିଏଫସି ୨୦୨୦-୨୧ର ପ୍ରସ୍ତୁତ ହୋଇଥିବା ବାର୍ଷିକ ପ୍ରକଳ୍ପ ଖସଡାରେ ସରକାର ନିୟମକୁ ଉଲଘଂନ ଓ ପଂଚାୟତ ସଭ୍ୟସଭ୍ୟାଙ୍କୁ ଅଣଦେଖା । ସିଏଫସି, ଏସଏଫସି ଅନୁଦାନ ବଟଂନରେ କେତେକ ପଂଚାୟତକୁ ସଂପୂର୍ଣ୍ଣ ବାଦ ଦେବା ଓ ପାତରଅନ୍ତର କରାଯାଇଛି । ଟିଏମସି ସମ୍ବଦ୍ଧୀୟ ସମସ୍ତ ଅର୍ଥ ରାଶି ପଇଠ କରିବା ଜାଣିଶୁଣି ବିଳମ୍ବ କରିବା । ଉଦ୍ଦେଶ୍ୟ ମୂଳକ ଭାବେ ପଂଚାୟତ ଜନପ୍ରତିନିଧିଙ୍କ ଅଗୋଚରରେ ଓ ଅସହମତିରେ କର୍ମଚାରୀମାନଙ୍କୁ ବଦଳି କରିବା । ସରପଂଚ ମାନଙ୍କ ଅଗୋଚରରେ ବେଆଇନ ଭାବେ ସ୍ୱେଚ୍ଛାଗ୍ରହୀ ନିଯୁକ୍ତି କରିବା ଆଦି ବ୍ଲକରେ କରାଯାଉଛି । ଏନେଇ ପୂର୍ବରୁ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଜାଣିଶୁଣି କେତେକ ନିଦ୍ଧିଷ୍ଟ ଦଳର ସମର୍ଥିତ ସରପଂଚ ଓ ସମିତିସଭ୍ୟଙ୍କୁ ହଇରାଣ କରାଯାଉଛି । ଏହାକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲାପରିଷଦ ସଭ୍ୟ, ସରପଂଚ, ସମିତି ସଭ୍ୟସଭ୍ୟା, ଓ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ । ଫଳରେ ବ୍ଲକ କାର୍ଯ୍ୟାଳୟ ଦୁଇଦିନ ଧରି ଅଚଳ ହୋଇ ପଡିଛି । ଆଜି ବି କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଧାରଣାସ୍ଥଳରେ ନପହଂଚିବାରୁ ଏହି ଧାରଣା ଆସନ୍ତାକାଲି ମଧ୍ୟ ଜାରି ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.