ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଥାନା ର କାଙ୍କରା ଗ୍ରାମର ଜୈନିକା ୧୭ ବର୍ଷ ର ନାବାଳିକା ଛାତ୍ରୀ କୁ ଧାମନଗର ନିକଟସ୍ତ ତାଳପଦା ଗ୍ରାମ ର ରବୀନ୍ଦ୍ର ଯେନା ଙ୍କ ପୁଅ ରାଜେଶ ଯେନା ( ୨୨) ତା ୧୭/୬/୨୫ ରିଖ ରେ ତାର ଦୁଇଜଣ ସାଙ୍ଗ ଙ୍କ ଜରିଆରେ ଅପହରଣ କରିଥିବା ପରଦିନ ୧୮/୬/୨୫ ତାରିଖରେ ଛାତ୍ରୀ ଙ୍କ ମା ଧାମନଗର ଥାନାରେ ଅଭିଯୋଗ କରିଥିଲେ ।ଥାନା ଅଧିକାରୀ ଗୋପାଳ ଜେନା ଥାନାର ଏ ଏସ ଆଇ ନେପାଳ ସାହା ଙ୍କୁ ତଦନ୍ତ ଦାଇତ୍ୱ ଦେଇ ଥିଲେ। ଶ୍ରୀ ସାହା ଉକ୍ତ ଘଟଣାର ବିଭିନ୍ନ ଦଫା ସହ କେସ ନମ୍ବର ୨୨୫/୨୫ ରେ ୧୮ ତାରିଖ ଦିନ ମାମଲା ରୁଜୁକରି ଖୋଜା ଖୋଜି କରି ଥିଲେ ମଧ୍ୟ ଉଭୟ ଛାତ୍ରୀ ଓ ଅପହରଣ କରିଥିବା ଯୁବକକୁ ଠାବ କରିପାରିନଥିଲେ।ତେବେ ୫୫ ଦିନ ପରେ ଧାମନଗର ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କରି ୧୧ ତାରିଖ ବିଳମ୍ୱିତ ରାତି ରେ କେଉଁଝର ଜିଲ୍ଲା ର ଏକ ଭଡାଘରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ। ନାବାଳିକା କୁ ମଙ୍ଗଳବାର ଦିନ ଡାକ୍ତର ମାଇନା କରିବା ପରେ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ପରେ ଉକ୍ତ ଛାତ୍ରୀ କୁ ଭଦ୍ରକ ସ୍ଥିତ ଆସିଆନା ରେ ରଖା ଯାଇଛି ବୋଲି ଥାନା ଅଧିକାରି ଗୋପାଳ ଜେନା କହିଛନ୍ତି। ସୁଚନା ଥାଉ କି। ନାବାଳିକା କୁ ଖୋଜିବାରେ ବିଳମ୍ୱ ନେଇ ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ। ତେବେ ହାଇକୋର୍ଟ ଗୁରୁତର ସହ ବିଚାର କରି ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ତା ୧୧/୮/୨୫ ରିଖ ରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ଯ ଦେଇଥିଲେ। ପ୍ରକାଶ ଥାଉକି ହାଇ କୋର୍ଟ ନିର୍ଦ୍ଦେଶ ଅନୁଯାଇ ଅଗଷ୍ଟ ୧୧ ତାରିଖ ରେ ନାବାଳିକା କୁ ଉଦ୍ଧାର କରା ଯାଇ ନଥିବାରୁ ତଦନ୍ତକାରୀ ଅଧିକାରି ଏ ଏସ ଆଇ ନେପାଳ ସାହା କୁ ଭଦ୍ରକ ଏସପି ମନୋଜ ରାଉତ ନିଲମ୍ୱିତ କରିଚନ୍ତି।
Home ଜିଲ୍ଲା ପରିକ୍ରମା ଧାମନଗର:ନାବାଳିକା ଛାତ୍ରୀ ଅପହରଣ ଘଟଣା, ୫୫ ଦିନ ପରେ ଯଶୀପୁର ରୁ ଉଦ୍ଧାର, କାର୍ଯ୍ୟର ଅବହେଳା...








