Home ଜିଲ୍ଲା ପରିକ୍ରମା ଧାମନଗର:ନାବାଳିକା ଛାତ୍ରୀ ଅପହରଣ ଘଟଣା ଜଟିଳ ମୋଡ ନେଉଛି, ଚାରିଜଣ ଅଟକ, ତଦନ୍ତକାରୀ ଅଧିକାରୀ ଓ...

ଧାମନଗର:ନାବାଳିକା ଛାତ୍ରୀ ଅପହରଣ ଘଟଣା ଜଟିଳ ମୋଡ ନେଉଛି, ଚାରିଜଣ ଅଟକ, ତଦନ୍ତକାରୀ ଅଧିକାରୀ ଓ ଥାନା ଅଧିକାରିଙ୍କୁ ଜବାବ ପାଇଁ ହାଇକୋର୍ଟ ନୋଟିସ୍‌

13

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଥାନା ର କାଙ୍କରା ଗ୍ରାମର ଜୈନିକା ୧୭ ବର୍ଷ ର ନାବାଳିକା ଛାତ୍ରୀ କୁ ଧାମନଗର ନିକଟସ୍ତ ତାଳପଦା ଗ୍ରାମ ର ରବୀନ୍ଦ୍ର ଯେନା ଙ୍କ ପୁଅ ରାଜେଶ ଯେନା ( ୨୨) ତା ୧୭/୬/୨୫ ରିଖ ରେ ତାର ଦୁଇଜଣ ସାଙ୍ଗ ଙ୍କ ଜରିଆରେ ଅପହରଣ କରିଥିବା ପରଦିନ ୧୮/୬/୨୫ ତାରିଖରେ ଛାତ୍ରୀ ଙ୍କ ମା ଧାମନଗର ଥାନାରେ ଅଭିଯୋଗ କରିଥିଲେ ।ଥାନା ଅଧିକାରୀ ଗୋପାଳ ଜେନା ଥାନାର ଏ ଏସ ଆଇ ନେପାଳ ସାହା ଙ୍କୁ ତଦନ୍ତ ଦାଇତ୍ୱ ଦେଇ ଥିଲେ। ଶ୍ରୀ ସାହା ଉକ୍ତ ଘଟଣାର ବିଭିନ୍ନ ଦଫା ସହ କେସ ନମ୍ବର ୨୨୫/୨୫ ରେ ୧୮ ତାରିଖ ଦିନ ମାମଲା ରୁଜୁକରି ଖୋଜା ଖୋଜି କରି ଥିଲେ ମଧ୍ୟ ଉଭୟ ଛାତ୍ରୀ ଓ ଅପହରଣ କରିଥିବା ଯୁବକକୁ ଠାବ କରିପାରିନଥିଲେ।ପରେ ପରିବାର ଲୋକ ଭଦ୍ରକ ଏସ ପି ଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନା ରେ ଏକ ସ୍କ୍ୱାର୍ଡ କରାଯାଇ ବିଭିନ୍ନ ସ୍ଥାନ ରେ ଚଡଉ କରିଥିଲେହେଲେ ପୋଲିସ ବିଫଳ ହୋଇଥିଲା। ଏନେଇ ଅପହୃତା ଛାତ୍ରୀ ଙ୍କ ପରିବାର ପକ୍ଷରୁ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ। ତେବେ ହାଇକୋର୍ଟ ଗୁରୁତର ସହ ବିଚାର କରିଛନ୍ତି। ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ ଏସଏସ ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପହୃତା ନାବାଳିକାଙ୍କ ବାପାଙ୍କ ପକ୍ଷରୁ ଦାୟର କରା ଯାଇଛି। ଅଗଷ୍ଟ ୧୧ କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରକାଶ ଥାଉକି। ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ ଗ୍ରହଣ କରୁଥିବା ପଦକ୍ଷେପ ସନ୍ତୋଷଜନକ ନହେବାରୁ ଆବେଦନକାରୀ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ୍ ଦାୟର କରିଥିଲେ । ତେବେ ଉକ୍ତ ଘଟଣା କୁ ନେଇ ସମଗ୍ର ଭଦ୍ରକ ଜିଲ୍ଲାର ହଇଚଇ ସୃଷ୍ଟି ହୋଇଛି। ପୋଲିସ ତରବରିଆ ଭାବରେ ଘଟଣା ର ଶିଥଳତାପାଇଁ ଗୁରୁବାର ରାତି ରେ ଯୁବକ ର ଜଣେ ସାଙ୍ଗ ଓ ଅନ୍ୟ ତିନଜଣ ପରିବାର ଓ ବନ୍ଧୁ ଙ୍କୁ ଆଣି ପଚରା ଉଚରା କରୁଛନ୍ତି। ଏ ନେଇ ଧାମନଗର ଥାନା ଅଧିକାରି ଗୋପାଳ ଜେନା ଙ୍କ ସହ ଉକ୍ତ ଘଟଣା ସମ୍ପର୍କ ରେ ପଚାରି ଥିଲୁ ସେ କହିଥିଲେ ହାତୀ ବଜାର ରେ ଗଲେ କୁତା ଅନେକ ଭୋକିବେ ଆମେ ତଦନ୍ତ କରୁଚୁ ଖୋଜା ଖୁଜି ବି କରୁଛୁ। ଖୁବ ଶୀଘ୍ର ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ଯଦି ମୋ ଝିଅ ନମିଳେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାଇ ପୋଲିସ ବିରୋଧରେ ଆହୁରି ଆଗକୁ ଯିବୁ ବୋଲି ପରିବାର ଲୋକ କହିଛନ୍ତି।ତେବେ ଉକ୍ତ ଘଟଣା କୁ ନେଇ ଭଦ୍ରକ ଏସ ପି କିଛିବି ପଦକ୍ଷେପ ନେଇ ପାରନ୍ତି ବୋଲି ବିଶେଷ ସୁତ୍ର ରୁ ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.