ନୟାଗଡ/୨୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର କୃଷକ ମାନଙ୍କର ଧାନର ଉଚିତ୍ ମୂଲ୍ୟ ସହ ସହାୟକ ମୂଲ୍ୟ ପ୍ରଦାନ ଓ ସ୍ୱଚ୍ଛତା ପାଇଁ ତ୍ରୀସ୍ତରୀୟ ବ୍ୟବସ୍ଥା କରିଛନ୍ତି । ସମବାୟ ସମିତି ଗୁଡିକ କୁ ଧାନ କିଣିବା ପାଇଁ ଦାଇତ୍ୱ ଦିଆଯାଇଥିବା ବେଳେ ଧାନ ର ମାନ ପରିକ୍ଷଣ ପାଇଁ ନିୟନ୍ତ୍ରିତ ବଜାର କମିଟି କୁ ଦାଇତ୍ୱ ପ୍ରଦାନ କରାଯାଇଛି । କିଣା ଯାଉଥିବା ଧାନ କୁ ମିଲର ମାନେ ଉଠାଇବା ପାଇଁ ଦାଇତ୍ୱ ଦିଆଯାଇଅଛି । କିନ୍ତୁ କେତେକ ଧାନ ମଣ୍ଡି ରେ ଅବ୍ୟବସ୍ଥା ଦେଖା ଦେଉଥିବାରୁ କୃଷକ ମାନେ ଧାନ କିଣୁଥିବା ସେବା ସମବାୟ ସମିତି ର ସର୍ମ୍ପାଦକ ଙ୍କୁ ଅଫିସ୍ ଭିତରେ ତାଲା ପକାଇ ରଖୁଥିବା ଖବର ମିଳୁଛି । ଅପର ପକ୍ଷେ ସେହି ସେବା ସମବାୟ ସମିତି ର ୧୦୦ ମିଟର ଦୂର ରେ ଅଭାବି ଧାନ କିଣା ଚାଲିଛି । କୈାଣସି ସରକାରୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ସେବା ସମବାୟ ସମିତି ଧାନମଣ୍ଡି ରେ ।
କୃଷକ ମାନଙ୍କର ଟୋକନ୍ ର ଏକ ମାସ ଅବଧି ଶେଷ ହେବାକୁ ବସିଥିବା ବେଳେ ସେବା ସମବାୟ ସମିତି ର ସମ୍ପାଦକ ହରିବନ୍ଧୁ ସାହୁ ଟାର୍ଗେଟ ନାହିଁ କହି କୃଷକ ମାନଙ୍କୁ ଫେରାଇ ଦେଉଥିବାରୁ ଫେବୃୟାରୀ ୨୬ ତାରିଖ ରେ ୫୦ ରୁ ଉର୍ଦ୍ଧ କୃଷକ ମାନେ ସର୍ମ୍ପାଦକ ହରିବନ୍ଧୁ ସାହୁ ଙ୍କୁ ଅଫିସ୍ ଭିତରେ ତାଲା ପକାଇ ଅଫିସ୍ ଆଗରେ ଧାରଣା ଦେଇଥିବା ଜଣାପଡିଛି । ଅପରପକ୍ଷ ରେ ଏକ ଶହ ମିଟର ଦୂର ରେ ଏକ ଟ୍ରକ ଯୋଗେ ଦଲାଲ୍ କୃଷକ ମାନଙ୍କ ଠାରୁ ଧାନ କ୍ୟୁଣ୍ଟାଲ ପିଛା ୧୩ ଶହ ଟଙ୍କା ଦର ରେ କିଣି ନେଉଥିବା ଦେଖିବାକୁ ମିଳିଛି । ଏ ସର୍ମ୍ପକେ ରଣପୁର ବ୍ଲକ ଯୋଗାଣ ଅଧିକାରିଣୀ ଅନିତା ରାଉତରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଧାନ କିଣିବା ପାଇଁ ଗତ କାଲି ଟାର୍ଗେଟ ଦିଆ ଯାଇଅଛି । ସମବାୟ ସମିତି କାହିଁକି ଧାନ କିଣୁନାହିଁ ମୁଁ ଜାଣି ନାହିଁ । ଅଭାବ ଧାନ ବିକ୍ରି ସର୍ମ୍ପକ ରେ ମୋ ପାଖରେ ଖବର ନାହିଁ । ତେଣୁ ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବଳଭଦ୍ରପୁର ସେବା ସମବାୟ ସମିତି କୁ ଗତ କାଲି ରାତ୍ରୀ ରେ ୫ ଶହ କ୍ୟୁଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଅଛି । ସମ୍ପାଦକ ମହୋଦୟ ଏଥି ପୂର୍ବରୁ ଅଧିକ ଧାନ କିଣି ମିଲର କୁ ଦେଇ ଦେବାରୁ ଏଭଳି ଅସୁବିଧା ହେଉଛି । ଅଭାବି ଧାନ କିଣା ବନ୍ଦ କରିବା ପାଇଁ ମୁଁ ଯୋଗାଣ ଅଧିକାରିଣୀ ଙ୍କୁ ନିର୍ଦେଶ ଦେଉଛି । କୃଷକ ମାନଙ୍କର ଧାନ କ୍ରୟ କରିବା ଅଭାବି ଧାନ ବିକ୍ରୟ ର ଶୀକାର କୁ ବନ୍ଦ କରିବା ପାଇଁ କୃଷକ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।