Home ଜିଲ୍ଲା ପରିକ୍ରମା ଧାନ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକଙ୍କ ଭଦ୍ରକ ଗସ୍ତ

ଧାନ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକଙ୍କ ଭଦ୍ରକ ଗସ୍ତ

33

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଧାନ ଉନ୍ନୟନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଡ. ଅରବିନ୍ଦ କୁମାର ଦୁଇ ଦିନିଆ ଭଦ୍ରକ ଗସ୍ତରେ ଆସିଥିଲେ। କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଥିଲେ। ବିଜିଆରଇଆଇ ଯୋଜନାରେ ଫସଲ ପର୍ଯ୍ୟାୟ ଭିତ୍ତିକ ଦ୍ୱିତୀୟ ଫସଲ ଡାଲି ପ୍ରଦର୍ଶନୀ କ୍ଷେତ୍ର, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ସମେତ ଅନେକ କାର୍ଯ୍ୟକ୍ରମର କ୍ଷେତ୍ରୀୟ ତଦନ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ଏକ ଚକିଆ ପୁଞ୍ଜ ପ୍ରଦର୍ଶନ କ୍ଷେତ୍ର ଅନୁଧ୍ୟାନ କରିବା ସହ ସଂପୃକ୍ତ ହିତାଧିକାରୀଙ୍କ ସହ ବ୍ୟାପକ ବିଚାର ବିମର୍ଷ କରିଥିଲେ। ବିଶେଷକରି ଡାଲି ଜାତୀୟ ଓ ତୈଳବୀଜ ଫସଲର ଉତ୍ପାଦନ ବୃଦ୍ଧି ଓ ଏହାର ବିକ୍ରି ବ୍ୟବସ୍ଥା ଉପରେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ସରକାରୀ ଯୋଜନା ମୁତାବକ କୃଷି ସାମଗ୍ରୀ ବ୍ୟବହାର ଉପରେ ସହାୟତା ରାଶୀ ଡିବିଟି ମାଧ୍ୟମରେ ପ୍ରଦାନ କରିବାରେ କିଛିଟା ଅସୁବିଧା ରହିଥିଲେ ମଧ୍ୟ ଚାଷୀମାନେ ଏହାର ଅନୁପାଳନ କରି ଯୋଜନାର ସଫଳତା ପାଇଁ ପରାମର୍ଶ ଦେଇଥିଲେ। ତେବେ କ୍ଷେତ୍ର ପରିଦର୍ଶନ ସମୟରେ ତିହିଡ଼ି ବ୍ଲକର ନୁନ୍ଦର ଓ ଅଣ୍ଡରାଇ ଗ୍ରାମରେ କରାଯାଇଥିବା ସୂର୍ଯ୍ୟମୁଖୀ ଫସଲ ଦେଖି ଖୁସୀବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିବସରେ ଭଦ୍ରକ ବ୍ଳକର କେଦାରପୁର ପଞ୍ଚାୟତ ସରପୁର ଠାରେ ସୋରିଶ ଫସଲ କ୍ଷେତ ବୁଲି ଦେଖିବା ସହ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ପରେ ଗଣିଜାଙ୍ଗ ପଞ୍ଚାୟତ ବଗଦାକାଶୀପୁର ଗ୍ରାମରେ ମୂଗ ଫସଲ ବୁଲି ଦେଖିଥିଲେ। ଅପରାହ୍ନରେ କୃଷି ବିଜ୍ଞାନ କେନ୍ଦ୍ର ଗସ୍ତ କରି ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଅନୁଧ୍ୟାନ କରିବା ସହ କେଭିକେ ମାଧ୍ୟମରେ ଚାଷୀଙ୍କ ପାଇଁ ବିହନ ଉତ୍ପାଦନ ଏବଂ ଉପଲବ୍ଧତା ଦେଖି ସନ୍ତୋଷବ୍ୟକ୍ତ କରିଥିଲେ। ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଓ ବୈଜ୍ଞାନିକଙ୍କ ସହ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଯୋଜନା ଅଧିକାରୀ ଏବଂ ବ୍ଲକ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.