Home ଓଡ଼ିଶା ଧାନବିଲକୁ ଯିବା ସମୟରେ ବାରହା ଆକ୍ରମଣରେ ୨ ଗୁରୁତର

ଧାନବିଲକୁ ଯିବା ସମୟରେ ବାରହା ଆକ୍ରମଣରେ ୨ ଗୁରୁତର

93

କେନ୍ଦ୍ରାପଡା ୨୪/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଖରିନାସୀ ପଂଚାୟତରେ ବାରହା ଆତଙ୍କ ଦେଖାଦେଇଛି। ଧାନଜମିକୁ ଯାଉଥିବା ବେଳେ ସୋମବାର ୨ଜଣ ବାରହା ପଲଙ୍କ ଆକ୍ରମଣର ଶୀକାର ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ହରିଆବାଙ୍କ ଗ୍ରାମର ପଶୁପତି ଜେନା(୫୫) ଓ ମଦନ ଆଚାର୍ଯ୍ୟ(୫୦) ଧାନବିଲ ଦେଖିବାକୁ ଯାଉଥିବା ବେଳେ ବାରହା ପଲଙ୍କ ହାବୁଡରେ ପଡିଯାଇଥିଲେ। ୨ଜଣଙ୍କୁ ବାରହା ପଲ ଅର୍ତକିତ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ସେମାନଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେମାବନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.