ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ ଗ୍ରାମର ଧରଣୀଧର ଯେନାଙ୍କ ଖଳାରେ ବିକ୍ରୟ ପାଇଁ ଥିବା ୪୦ ବସ୍ତା ଧାନକୁ ଅଜଣା ଦୁର୍ବୁର୍ତ୍ତମାନେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏହି ନିଆଁରେ ଏକ ବଡ ଧାନଗଦା ମଧ୍ୟ ପୋଡିଯାଇଥିବା ଜଣାଯାଇଛି । ଶୁକ୍ରବାର ରାତ୍ର ପ୍ରାୟ ୩ଟା ବେଳେ ଶୌଚ ପାଇଁ ଉଠିଥିବା ବେଳେ ଧାନଗଦା ଜଳୁଥିବା ଧରଣୀଧର ଦେଖିଥିଲେ । ସ୍ଥାନୀୟ ଦମକଳ କେନ୍ଦ୍ରକୁ ଏଥିନେଇ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲେ । ହେଲେ ସେତେବଳେକୁ ଧାନ ସହ ଧାନଗଦା ପୋହି ପାଉଁଶ ହୋଇଯାଇଥିଲା । ଏଥିନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି ।