Home ଜିଲ୍ଲା ପରିକ୍ରମା ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ସମାଜସେବୀ ରାମଚନ୍ଦ୍ର

ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ସମାଜସେବୀ ରାମଚନ୍ଦ୍ର

6

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ବୋଡକ ପଂଚାୟତରେ ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି ଆମ ରାଜ୍ୟ ତଥା ଭଦ୍ରକର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ସମାଜସେବୀ ରାମଚନ୍ଦ୍ର ବେହେରା । ଏଥି ଉପଲକ୍ଷେ ଶୁଭମ୍ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବୋଡକ ଠାରେ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ହୃଷିକେଶ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ଦାସ, ସରପଞ୍ଚ ପ୍ରତିନିଧି ବିଷ୍ଣୁମୋହନ ଜେନା, ସମାଜସେବୀ ଶଙ୍କର୍ଷଣ ଦାସ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଅତି ଦୟନୀୟ ଭାବେ ବସବାସ କରୁଥିବା ପ୍ରକୃତ ଗରିବ ଲୋକଙ୍କୁ ଚୟନ କରି ଶୀତବସ୍ତ୍ର ବଣ୍ଟନ କରାଯାଇଥିବାରୁ ସେମାନେ ଏଥିପାଇଁ ସମାଜସେବୀ ରାମଚନ୍ଦ୍ର ବେହେରାଙ୍କୁ ଏଭଳି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବୋଡକ ପଂଚାୟତର ୮ ଗୋଟି ଗ୍ରାମର ୪୦ ଜଣ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଏହି ଶୀତବସ୍ତ୍ର ବଣ୍ଟନ କରାଯିବା ସହିତ ମିଷ୍ଟାନ୍ନ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ତେବେ ଗରିବ ଲୋକମାନେ ଏହାକୁ ପାଇ ବେଶ୍ ଖୁସିବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସଂଗଠନର ସଂପାଦକ ନରେନ୍ଦ୍ର କୁମାର ସାମଲ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଲାଇ, ଦେବେନ୍ଦ୍ର ଭଂଜ, ପ୍ରଶାନ୍ତ କୁମାର ବେହେରା, ଦୁଃଶାସନ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.