ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ୧୬ ଟି ଅନୁମୋଦିତ ମଣ୍ଡିକୁ ମଙ୍ଗଳବାର ସୁଦ୍ଧା ଲକ୍ଷ ୫୫ ହଜାର ୪୯୩ କି. ଲ କ୍ରୟ ପାଇଁ ଚାର୍କେଟ ଆସିଛି । ସେଥିମଧ୍ୟରୁ ୨ ହଜାର ୯୫୯ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧ଲକ୍ଷ ୩୬ ହଜାର ୧୧୩.୭୯ କି ଲ ଧାନ କ୍ରୟ ହୋଇଛି । କ୍ରୟ ଧାନ ମଧ୍ୟରୁ ୯୩ ହଜାର ୨୬୬.୦୩ କି ଲ ଧାନ ଟ୍ୟାଗ ମିଲରକୁ ପରିବହନ ହୋଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ । ଚଳିତ ବର୍ଷର ଏହି ଧାନକ୍ରୟ ପରିମାଣ ଗତ ୨୦୨୪-୨୫ ଆର୍ôଥକ ବର୍ଷର ମୋଟ ଧାନକ୍ରୟ ପରିମାଣ ର ଏକ ଚତୁର୍ଥାଂଶ ବୋଲି ଜଣାଯାଇଛି । ଇତି ମଧ୍ୟରେ ଧାନ କ୍ରୟ ସମୟସୀମା ର ଅଧା ବିତିଗଲାଣି । ମାର୍ଚ୍ଚ ୩୧ ତାରିଖ ଧାନକ୍ରୟର ଶେଷ ଦିନ ଅଟେ । ବାକି ୪୮ ଦିନ ମଧ୍ୟରେ ପଞ୍ଜିକରଣ କରିଥିବା ଅବଶିଷ୍ଟ ୯ ହଜାର ଚାଷୀଙ୍କ ଠାରୁ ତିନି ଚତୁର୍ଥାଂଶ ଧାନ କ୍ରୟ କରିବା ମଣ୍ଡିଗୁଡିକ ପାଇଁ କଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଯୋଗଣ ବିଭାଗ ଦ୍ୱାରା ମଣ୍ଡିଗୁଡିକୁ ଟାର୍ଗେଟ ପ୍ରଦାନରେ ଶିଥିଳତା ଓ ମଣ୍ଡିରୁ ଧାନ ପରିବହନ କରିବାରେ ମିଲରମାନଙ୍କ ଅସହଯୋଗ ମନୋବୃତି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନ ଅବଧି ସମୟ ପୂରଣ ହୋଇ ଅକାମୀ ହେବାକୁ ଯାଇଥିବାରୁ ଚାଷୀକୂଳ ଚିନ୍ତିତ ହୋଇ ପଡିଛନ୍ତି । ମଣ୍ଡିକୁ ବିକ୍ରୟ ପାଇଁ ଧାନ ନେଇ ମାସ ମାସ ଧରି ଅନିଶ୍ଚିତତା ମଧ୍ୟରେ ଜଗିରଖି ବିକ୍ରୟ ପାଇଁ ଅପେକ୍ଷା କରିବାକୁ ପଢୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।








