ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମରେ ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଅଷ୍ଟପ୍ରହରୀ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ୧୦୮ ସଧବା ନାରୀ କପିଳମୁନୀ ସରୋବରରୁ କଳସ ଆଣି ପ୍ରତିଷ୍ଟା କରିବା ପରେ ଶୁଭାଧିବାସ, ବୁଧବାର ଦିନ ମନ୍ଦିର ପ୍ରତିଷ୍ଠା, ଯଜ୍ଞ ପରେ ପୁଣ୍ୟବ୍ରହ୍ମ ଓ ଦେବୀଙ୍କର ମନ୍ଦିର ପ୍ରବେଶ ଓ ନାମଯଜ୍ଞ ଆଦି କାର୍ଯ୍ୟକ୍ରମ ବ୍ରାହ୍ମଣ ମାନଙ୍କ ର ବେଦପାଠ ଏବଂ ଯାଗଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ କରଞ୍ଜମାଳ ପଂଚାୟତର ହଜାର ହଜାର ସଂଖ୍ୟାରେ ଭକ୍ତ ଭକ୍ତା ମାନେ ଯୋଗ ଦେଇ ପ୍ରସାଦ ସେବନ କରିବା ସହ ମାତୃକୃପା ଲାଭ କରିଥିଲେ। ଦୀର୍ଘ ୫ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ସମାଜସେବୀ ରମେଶ ନାୟକ, ହୃଶିକେଶ ମଣ୍ଡଳ,ଅଶ୍ୱିନୀ ନାୟକ, ପଦ୍ମଲୋଚନା ଦାସ, ଅଜାତ ଶତ୍ରୁ ଦାସ, ଶ୍ରୀପତି ଦାସ, କାର୍ତିକ ଦିନ୍ଦା, ଭାଗିରଥି ପଣ୍ଡିତ, ଶୁଭ୍ରଜିତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଧାନକୁଟା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଏହି ମନ୍ଦିର ପୂର୍ଣାଙ୍ଗ ଏବଂ ମା ମଙ୍ଗଳାଙ୍କର ମନ୍ଦିର ପ୍ରବେଶ କାର୍ଯକ୍ରମ ଶୃଙ୍ଖଳା ମଧ୍ୟରେ ସଂପର୍ଣ ହୋଇଥିଲା।