Home ଜିଲ୍ଲା ପରିକ୍ରମା ଧାନକିଣା ତ୍ୱରାନ୍ୱିତ କରିବାକୁ ବାହାର ମିଲରଙ୍କୁ ଜିଲାପାଳଙ୍କ ତାଗିଦ

ଧାନକିଣା ତ୍ୱରାନ୍ୱିତ କରିବାକୁ ବାହାର ମିଲରଙ୍କୁ ଜିଲାପାଳଙ୍କ ତାଗିଦ

7

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ ପଂଜିକୃତ ଚାଷୀମାନଙ୍କ ଠାରୁ ମଣ୍ଡି ଜରିଆରେ ଧାନକିଣାରେ ଜିଲାର ମିଲରମାନଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟର ୯୦ ପ୍ରତିଶତ ପୂରଣ ହୋଇସାରିଥିବାରୁ ବାହାର ମିଲର ମାନଙ୍କ ଦ୍ୱାରା ଧାନ କିଣାଯିବା ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଅଦ୍ୟାବଧି ଭଦ୍ରକ ଜିଲାରୁ ଧାନ କିଣିବା ପାଇଁ ସମୁଦାୟ ପ୍ରଦତ ଧାର୍ଯ୍ୟଲକ୍ଷ୍ୟ ୨୧ ଲକ୍ଷ ୫୫ ହଜାର ୮୮୭ କ୍ୱିଂଟାଲ ରୁ ୧୭ ଲକ୍ଷ ୧୨ ହଜାର ୪୬ କ୍ୱିଂଟାଲ ଧାନ କିଣାସରିଛି। ସେଥିରୁ ମିଲରମାନେ ୧୪ ଲକ୍ଷ ୫୩ ହଜାର ୫୮୩ କ୍ୱିଂଟାଲ ଧାନ ଉଠାଇ ସାରିଛନ୍ତି। ମଣ୍ଡିରେ ୨ ଲକ୍ଷ ୫୮ ହଜାର ୪୬୩ କ୍ୱିଂଟାଲ ଧାନ ପଡିରହିଛି। ୪୦ ହଜାର ୨୩୧ ଜଣ ପଂଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯାଇଛି। ଏବଂ ଅଦ୍ୟାବଧି ସମୁଦାୟ ୩୦୭ କୋଟି ୪୧ ଲକ୍ଷ ୯୯ ହଜାର ୯୮୭ ଟଙ୍କା ଧାନ କିଣା ବାବଦ ଅର୍ଥ ଚାଷୀଙ୍କୁ ପୈଠ କରାଯାଇଛି। ପ୍ରକାଶ ଥାଉକି ବାହାରୁ ଆସିଥିବା ୨୦ ମିଲରମାନଙ୍କ ମଧ୍ୟରୁ ୧୫ ଜଣ ବ୍ୟାଙ୍କ ଗ୍ୟାରେଂଟି ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ମିଲରଙ୍କ ଦ୍ୱାରା ୨୩ ହଜାର ୧୮ କ୍ୱିଂଟାଲ ଧାନ କିଣାସରିଛି। ଯଥାଶୀଘ୍ର ବାହାରୁ ଆସିଥିବା ସମସ୍ତ ମିଲର ମଣ୍ଡିରୁ ଧାନ ଉଠାଇବା ପାଇଁ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.