Home ଜିଲ୍ଲା ପରିକ୍ରମା ଧାନକିଣାରେ ବିପର୍ଯ୍ୟସ୍ତ ପରିସ୍ଥିତିର ସୁଧାର ପାଇଁ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଧାନକିଣାରେ ବିପର୍ଯ୍ୟସ୍ତ ପରିସ୍ଥିତିର ସୁଧାର ପାଇଁ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

3

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟୋକନ ପାଇଥିବା ଓ ଟୋକନ ନପାଇଥିବା ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ପ୍ରତ୍ୟେକ୍ଷ ଧାନ କିଣିବା, ଧାନ କିଣାର ଅବଧି ଅପ୍ରେଲ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା, ଧାନକିଣାରେ ଅଧିକ ସଂଖ୍ୟକ ଅନ୍ୟ ଜିଲ୍ଲାର ମିଲର ମାନଙ୍କୁ ସାମିଲ କରିବା, ଭାରତୀୟ ଖାଦ୍ୟ ନିଗମ ଆମ ଦେଶର ସମସ୍ତ ମିଲର ମାନଙ୍କ ଠାରୁ ଚାଉଳ ସଂଗ୍ରହ କରିବା, ରାଜ୍ୟ ସରକାର – ମିଲର ମାନଙ୍କ ମଧୁ ଚନ୍ଦ୍ରିକା ମାଧ୍ୟମରେ ଧାନକିଣାରେ ହେଉଥିବା କଟଣି ଛଟଣି ବଂଦ କରିବା ଆଦି ଦାବି ନେଇ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲା ତମାମ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀ ନେତା ମାନେ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, କୃଷକ ନେତା ସତ୍ୟମୂର୍ତି ବେହେରା, ରମେଶ ସାହୁ, ମହେଶ୍ୱର ନାୟକ, ଗଙ୍ଗାଧର ମହାଳିକ, ଜୟନୂଲ ଆବେଦିନ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.