Home ଜିଲ୍ଲା ପରିକ୍ରମା ଧସିଲା ବୈତରଣୀ ନଦୀ ବନ୍ଧ

ଧସିଲା ବୈତରଣୀ ନଦୀ ବନ୍ଧ

11

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ବାମପାର୍ଶ୍ୱ ବନ୍ଧର ଆମ୍ବଗଡ଼ିଆ ନିକଟରେ ପ୍ରାୟ ୪୦ ଫୁଟ ଲମ୍ବର ବନ୍ଧର ଦକ୍ଷିଣ ପାର୍ଶ୍ୱ ଦୁଇଫୁଟରୁ ଅଧିକ ଦବିଯାଇ ବିପଦ ସୃଷ୍ଟି କରିଛି।ଗତ ଛଅ ବର୍ଷ ପୂର୍ବରୁ ଏହି ନଦୀବନ୍ଧର ସୁଦୃଢ଼ୀକରଣ କାର୍ଯ୍ୟ କରାଯାଇଥିଲା।ମାତ୍ର ଗତ ତିନି ବର୍ଷ ପୂର୍ବରୁ ଆମ୍ବଗଡ଼ିଆ ନିକଟରେ ନଦୀବନ୍ଧର ଦୁଇଟି ସ୍ଥାନରେ ଦବି ଯାଇ ବନ୍ଧ ଧସିଯାଇଥିଲା।ଏହାର ମରାମତି ସହ ପଥର ପ୍ୟାକିଂ ମଧ୍ୟ କରାଯାଇଛି।ମାତ୍ର ଏହାଠାରୁ ସ୍ୱଳ୍ପ ଦୂରରେ ଦୁର୍ବଳ ହୋଇଥିବା କାରଣରୁ ଗତ ଦୁଇଚାରି ଦିନର ଲଘୁଚାପ ଜନିତ ବର୍ଷା ପୁଣି ନଦୀବନ୍ଧ ଧସି ଯାଇଛି।ଫଳରେ ଲଘୁ ଓ ଭାରୀଯାନ ଚଳାଚଳ ବନ୍ଦ ହୋଇଯାଇଛି। ବୈତରଣୀରେ ବନ୍ୟା ଜଳ ଆସେ ତେବେ ଏଠାରେ ଘାଇ ସୃଷ୍ଟି ହୋଇ ଭଣ୍ଡାରିପୋଖରୀ ବ୍ଲକର ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.