Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ

7

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ପଂଚାୟତ ସୋଧ ଗ୍ରାମର ସମାଜସେବୀ ରମାକାନ୍ତ ପତିଙ୍କ ଧର୍ମ ପତ୍ନୀ ସୁଧାଙ୍ଗନା ପତି (୭୨)ଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ରୋଗଗ୍ରସ୍ତ ହୋଇ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ମର ଶରୀରକୁ ନିଜ ପୈତୃକ ବାସଭବନ ସୋଧ ଅଣାଯାଇ ଗାଁ ସ୍ମଶାନରେ ସତକାର କରାଯାଇଥିଲା। ଖବରପାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଡା ସଞ୍ଜୟ କୁମାର ଦାସ, ସାଂସଦ ପ୍ରତିନିଧି ମନୋଜ ମଲ୍ଲିକ, ସରପଂଚ ଅଶୋକ ପଣ୍ଡା, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ସଞ୍ଜିତ କୁମାର ସାହୁ ପ୍ରମୁଖ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସପ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.