Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ

17

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମ ପରାୟଣ ମହିଳା ପାର୍ବତୀ ନାୟକ ଙ୍କ ୭୬ ବର୍ଷ ରେ ଦେହାନ୍ତ ଘଟିଛି।ତାଙ୍କ ମୃତ୍ୟୁ ରେ ସମଗ୍ର ଗୋବିନ୍ଦପୁର ପଂଚାୟତ ରେ ଦୁଃଖ ର ବାଦଲ ଛାଇ ଯାଇଛି। ୩ ଦିନ ତଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗ ରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଆଇ ସି ୟୁ ରେ ଭର୍ତି ହୋଇଥିଲେ କିନ୍ତୁ ଚିକିତ୍ସିତ ଅବସ୍ଥା ରେ ପରଲୋକ ହୋଇ ଯାଇଛି। ସେ ଜଣେ ଏକାଧାର ରେ ଦରଦୀ, ହୃଦୟବାନ ଓ ଦୟାଳୁ ମଣିଷ ଟିଏ ଥିଲେ। ଅନ୍ୟ ର ଦୁଃଖ ଦେଖି ତାଙ୍କ ହୃଦୟ କାନ୍ଦି ପକାଉ ଥିଲେ। ତାଙ୍କ ଘର ଆଗରୁ କେହି ବି ସନ୍ଥ, ଭିକ୍ଷୁକ ଖାଲି ହାତ ରେ ଫେରେନି। ତାଙ୍କ ଭଳି ଜଣେ ଦୟା ର ସାଗର ଆଜି ଲୁଚି ଯାଇଚି। ଛୋଟ ଠାରୁ ବଡ ଯାଏଁ ସମସ୍ତେ ଝୁରି ହେଉଛନ୍ତି। ମୃତ୍ୟୁ ସମୟରେ ତାଙ୍କର ସାନପୁଅ ଶ୍ରୀକାନ୍ତ ନାୟକ, ସାନ ବୋହୁ ଜୟନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇଁ ମାନନୀୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ପହଞ୍ଚି ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସକାଳୁ ମୃତ ଶରୀର ଗୋବିନ୍ଦପୁର ସ୍ଥିତ ବାସଭବନ ରେ ପହଞ୍ଚିବା ପରେ ବହୁ ନେତା ରାଜନେତା, ସମାଜସେବୀ ଙ୍କ ଶେଷ ଦର୍ଶନ ନିମିତ ସମାଗମ ହୋଇଥିଲା ତଥା ସ୍ଥାନୀୟ ସରପଂଚ ସୁବାଷ ଚନ୍ଦ୍ର ମହାକୁଡ, ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈରାଗୀ ଦାସ, ପ୍ରଶାନ୍ତ ନାୟକ, ପ୍ରଦୀପ ନାୟକ, ଅଶୋକ ପଣ୍ଡା, ବରିଷ୍ଠ ନାଗରିକ ବ୍ରଜ ଦାସ, ଧୁଷୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ବରଗଡା ସେବା ସମବାୟ ସମିତି ସଭାପତି ତ୍ରିଲୋଚନ ଦାସ, ସୁବ୍ରତ ବିଶ୍ୱାଳ, ରାଜେନ୍ଦ୍ର ସାହୁ ଓ ସଦାଶିବ ବେହୁରିଆ ପ୍ରମୁଖ। ପରିଶେଷ ରେ ଗାଁ ପରିକ୍ରମା କରି ଗାଁ ମଶାଣି ରେ ଶବ ଦାହ କରାଯାଇ ଥିଲା। ମୁଖାଗ୍ନି ଦେଇଥିଲେ ଲକ୍ଷ୍ମୀକାନ୍ତ ନାୟକ। ଉପସ୍ଥିତ ଥିଲେ ରମାକାନ୍ତ ନାୟକ, ମଳୟ ନାୟକ, ହିମାଂଶୁ ନାୟକ, ସିଦ୍ଧାଂଶୁ ନାୟକ, ସୂର୍ଯ୍ୟକାନ୍ତ ନାୟକ, ଦୋଳଗୋବିନ୍ଦ ନାୟକ, ଦାମୋଦର ନାୟକ, ଅଭିରାମ ନାୟକ ଓ ଏକନ ନାୟକ ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.