Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣ ବ୍ୟକ୍ତି ଥିଲେ କିଶୋରୀମୋହନ

ଧର୍ମ ପରାୟଣ ବ୍ୟକ୍ତି ଥିଲେ କିଶୋରୀମୋହନ

8

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ମନ୍ଦିରର ମୁଖ୍ୟ ତତ୍ୱାବଧାରକ ସ୍ୱର୍ଗତଃ କିଶୋରୀ ମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମ୍ କୋର୍ଟର ଆଇନଜିବୀ ଜଗତ ମୋହନ ସିଂହଙ୍କ ତତ୍ୱାବଧାନରେ ଲାୟନ୍ସ ନେତାଜୀ କ୍ଲବ ଭୁବନେଶ୍ୱରର ସଭାପତି ହୃଦୟ ରଞ୍ଜନ ସିଂହ୍ନା ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ମହାନ୍ତିପଡା ସମିତି ସଭ୍ୟ ନିର୍ମଳ ନାୟକ, ପୂର୍ବତନ ସରପଂଚ ସତ୍ୟସାଧନ ବେଜ, ସମ୍ବାଦିକ ହେମନ୍ତ ସିଂହ,ଭଦ୍ରକ ବାର ଆସୋସିଏସନ୍ ର ସଭାପତି ତଥା ଆଇନଜିବୀ ସନ୍ତୋଷ ଆଚାର୍ଯ, ବିଷ୍ଣ ମୋହନ ମହାପାତ୍ର, ସୁରେନ୍ଦ୍ର କର, କିଶୋର ବଳ, ଶରତ କର, ବି.ଟି. ପୁର ସରପଂଚ ସୁଭଦ୍ରା ସିଂହ, ଯୁବନେତା ବସନ୍ତ ପତି ପ୍ରମୁଖ ଶ୍ରୀ ସିଂହ ଧର୍ମପରାୟଣ ବ୍ୟକ୍ତି ଥିବା ବେଳେ ଆଗରପଡା ଜଗନ୍ନାଥ ମନ୍ଦିରର ମୁଖ୍ୟ ଭାବେ ସମସ୍ତ କାର୍ଯ୍ୟ ତୁଲାଇ ଆସୁଥୁବା କହିଥିଲେ । ସମାଜସେବୀ ଅଶୋକ ନାୟକ, ଅନନ୍ତ ମୋହନ ସିଂହ, ପ୍ରଦୀପ ମୋହନ ସିଂହ, ନିତ୍ୟାନନ୍ଦ ବଳ, ପ୍ରଭାତୀ ସିହ୍ନା, ନିଲମ ବଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଶ୍ରୀ ସିଂହଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.