Home ଜିଲ୍ଲା ପରିକ୍ରମା ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ

ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ

362

ଯାଜପୁର ୮-୧୧ (ଓଡିଆ ପୁଅ/ମାନସ ରାଉତ): ଧର୍ମଶାଳା ବିଜେଡିରେ ଆଜି ବିଜେପି ଓ କଂଗ୍ରେସ ଦଳର ବହୁ କର୍ମୀ ଯୋଗଦେଇଛନ୍ତି। ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅଭୟପୁର ପଞ୍ଚାୟତ ସେବତୀପୁର ଗ୍ରାମର ରବିନ୍ଦ୍ର ନାୟକ, ଜଳଧର ମହାନ୍ତି, ବିଜୟ କୁମାର ନାୟକ, ଇଶ୍ୱର ନାୟକ, ଦିଲ୍ଲୀପ ନାୟକ, ସନ୍ତୋଷ ସାହୁ, ଗଦାଧର ସାହୁ, ଦେବୀପ୍ରସାଦ ନାୟକ, ସୁଧାଂଶୁ ନାୟକ, ସାଗର କବି, ଶଶିକାନ୍ତ ନାୟକ ପ୍ରମୁଖ କର୍ମୀମାନଙ୍କୁ ବିଧାୟକ ପ୍ରଣବ ବଳବନ୍ତରାୟ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ସମୟରେ ବିଜେଡି ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି, ବ୍ଲକ ସଭାପତି ନିରଞ୍ଜନ ବଳ, ମିଡିଆସେଲ ଅଧ୍ୟକ୍ଷ ସଂଗ୍ରାମ ଜେନା, ସରପଞ୍ଚ ଶ୍ୟାମସୁନ୍ଦର ସାହୁ, ପର୍ଯ୍ୟବେକ୍ଷକ କ୍ଷୀରୋଦ ମୁଦୁଲି, ପଞ୍ଚାୟତ ସଭାପତି ବିଜୟ କୁମାର ରାଉତ ଓ ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.