Home ଜିଲ୍ଲା ପରିକ୍ରମା ଧର୍ମପରାୟଣ ମହିଳାଙ୍କ ପରଲୋକ

ଧର୍ମପରାୟଣ ମହିଳାଙ୍କ ପରଲୋକ

20

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ଅଂଚଳର ଜଣେ ଧର୍ମପରାୟଣ ମହିଳାଙ୍କ ପରଲୋକ ହୋଇଯାଇଛି। ସଂପୃକ୍ତ ମହିଳା ଆଶାଲତା ମହାପାତ୍ର ୯୪ବର୍ଷ ବୟସର ହୋଇଥିବା ବେଳେ ଦୀର୍ଘଦିନ ହେବ ବୟସାଧିକ ହେବାରୁ ସେ ଥଣ୍ଡା ଜନିତ ରୋଗରେ ପିଡୀତ ହୋଇ ଭୂବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର ଏବଂ ତାଙ୍କର ସାନପୁଅ ପିଂଟୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ପରଲୋକ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ କଂଗ୍ରେସର ବହୁ ନେତା ଏହି ଖବର ପାଇଁ ଶୋକାକୂଳ ପରିବାରକୁ ଏଭଳି ଦୁଃଖଦ ସମୟରେ ଜଗନ୍ନାଥ ସାହା ଭରଷା ବୋଲି ସାନ୍ତନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.