ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ନାଟ୍ୟକାର ରାଜ୍ୟ ସଂଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ପୂର୍ବତନ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ତଥା ଭଣ୍ଡାରିପୋଖରୀ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ସୁଧାକର ନନ୍ଦଙ୍କ ଧର୍ମପତ୍ନୀ ଚିନ୍ମୟୀ ନନ୍ଦଙ୍କର ଆଜି ବିୟୋଗ ଘଟିଛି। ସେ ଜଣେ ଧର୍ମପରାୟଣା, ସଦାଚାରୀ ଓ ସମାଜ ପ୍ରତି ନିଷ୍ଠାବାନ ମହିଳା ଥିଲେ। ତାଙ୍କର ଦେହାନ୍ତ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ ପୂର୍ବକ ଶ୍ରଦ୍ଧାଶୁମନ ଅର୍ପଣ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କଂଗ୍ରେସର ଭଦ୍ରକ ଜିଲା ସଂଯୋଜକ ଅସିତ୍ ପଟ୍ଟନାୟକ, ପୂର୍ବତନ ପାରିଷଦ ଶୁଭଙ୍କର ମହାପାତ୍ର, ଅରୁଣଦ୍ୟୋୟ ଖିଲାର, ଟିକି ବଳ, ବିକାଶ ଶ୍ରେଷ୍ଠାଙ୍କ ସମେତ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଯୁବ ସମାଜସେବୀ ସନିଆ ନନ୍ଦ ଓ ପୁତ୍ରବଧୂଙ୍କ ସମେତ ପରିବାର ବର୍ଗ, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।








