Home କେନ୍ଦୁଝର ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

36

ହାଟଡିହି-୯ /୧ ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ସାନଆମ୍ବଗଡିଆ ଗ୍ରାମର ଦୌପଦୀ ମଲ୍ଲିକଙ୍କ ୯୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ, ସରଳ, ନିଷ୍କପଟ ଓ ଭାଗବତପ୍ରେମୀ ମହିଳା ଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ଉପେନ୍ଦ୍ର, ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, ଯଚିନ୍ଦ୍ର ମଲ୍ଲିକ, ହିମାଶୁଂ ମଲ୍ଲିକ, ସୁଧାଶୁଂ ମଲ୍ଲିକ, ଧନୁର୍ଜୟ ପଲ୍ଲିକ, ରାଜେନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ମଲ୍ଲିକ, ଦିନେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏଥିରେ ଅନେକ ଗ୍ରାମବାସୀ, ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.