Home କେନ୍ଦୁଝର ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

67

ହାଟଡ଼ିହି-୨୫ /୪,(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମର ଶିକ୍ଷାବିତ କିଶୋର ଚନ୍ଦ୍ର ନାୟକଙ୍କ ଧର୍ମପତ୍ନୀ ରେବତୀ ନାୟକଙ୍କ ୭୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳା ଓ ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦାମୋଦର ନାୟକ, ଭାବଗ୍ରାହୀ ମଲ୍ଲିକ, ଶୁଭେନ୍ଦୁ ନାୟକ, ପ୍ରୀୟରଞ୍ଜନ ନାୟକ, ଆକାଶ ନାୟକ, ମାନସ ନାୟକ, ଭରତ ନାୟକ, କମଳିନୀ ନାୟକ, ଶାନ୍ତିଲତା ନାୟକ, ମମତା ନାୟକ, ଅଭୟ ଜେନା, ରଘୁନାଥ ନାୟକ, ଶାନ୍ତନୁ ରାଉତଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ପଞ୍ଚୁଗୋଛିଆ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବୈତରଣୀ ନଦୀକୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସରୋଜ ନାୟକ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.