Home ଜିଲ୍ଲା ପରିକ୍ରମା ଧର୍ମପରାୟଣା ମହିଳାଙ୍କ ନିଧନ

ଧର୍ମପରାୟଣା ମହିଳାଙ୍କ ନିଧନ

105

କୋଲାବିରା, ୫।୧୨ (ଓଡ଼ିଆ ପୁଅ/ନିଶିତ ବହିଦାର) କୋଲାବିରା ବସ୍ତି ବାସିନ୍ଦା ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ବସନ୍ତ ହୋତାଙ୍କ ଧର୍ମପତ୍ନୀ ନିରୁପମା ହୋତାଙ୍କ ମଙ୍ଗଳବାରଦିନ ୧୧ଟା ସମୟରେ ନିଧନ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୬ ବର୍ଷ ବୟସ ହେଉଥିଲା। ସେ କିଛିଦିନ ହେଲା ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଜର୍ଜରିତ ଥିଲେ ଏବଂ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଦୁଇଦିନ ପୂର୍ବରୁ ତାଙ୍କୁ ଘରକୁ ଅଣାଯାଇଥିଲା ଏବଂ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଦେହାନ୍ତ ହୋଇଥିଲା। ସେଜଣେ ମେଳାପୀ ଧର୍ମପରାୟଣା ମହିଳା ଭାବରେ ପରିଚିତ। ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଲିଯାଇଛି। ଶେଷ ଦର୍ଶନ ପାଇଁ ଅନେକ ଲୋକ ଏକତ୍ରୀତ ହୋଇଥିବା ବେଳେ ତେଲେନ ନଦି କୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ତିନି ପୁଅ ବାବୁଲି, କୁନୁ, ବାବୁ ଏବଂ ଜଣେ ଝିଅ ଅଛନ୍ତି। ବଡପୁଅ ବାବୁଲି ହୋତା ମୁଖାଗ୍ନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.