ହାଟଡ଼ିହି, ୧୫ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତରେ ଓଡିଶା ଡ୍ରାଇଭର ମହାସଂଘର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଆଡମିନ ମୁନା ସାହୁ, ଲିପୁନୁ ପୃଷ୍ଟି, ବାଲିବରେଇ ମହାସଂଘର ସଦସ୍ୟ ଗଣେଶ ନାୟକ,ରତିକାନ୍ତ ଜେନା, ପ୍ରମୁଖ ଯୋଗଦେଇ ଡ୍ରାଇଭର ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ମହାସଂଘର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପରେଶ ସାମଲଙ୍କୁ ପଞ୍ଚାୟତ ଆଡମିନ ଭାବେ ମନୋନୀତ କରାଯାଇଥିବାବେଳେ ସଭାପତି ଭାବେ ଶ୍ରୀଧର ମହାକୁଡ, ସମ୍ପାଦକ ଭାବେ ଡମ୍ବରୁଧର ଡାକୁଆ ଏବଂ ଉପଦ୍ଦେଷ୍ଟା ଭାବେ ନିରାକାର ଗିରିଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ତ୍ରିଲୋଚନ ମହାନ୍ତ, ସୁନାରାମ ହୋ, ସୁନିଲ ଚୌଧୁରୀ, ଦୀପକ କୁମାର ଦାସ, ମନୋଜ ମଲ୍ଲିକ, ମିଥୁନ ଦରାଇବୁର, ଶଶିକାନ୍ତ ମହାକୁଡ, ପ୍ରଧାନ ଲାମାଇ, ବାବୁଲି ମାଟିଆଳ, ରମେଶ ପ୍ରଧାନ, ନନ୍ଦ କିଶୋର ସାମଲ, ଚନ୍ଦ୍ରମଣୀ ଖଣ୍ଡେଇ, ନୀଳାମ୍ବର ପଦୁରିଆ, ଅଭିମନ୍ୟୁ ମହାକୁଡ, ବାବୁଲି ପଢ଼ିଆରୀଙ୍କ ସମେତ ଧନୁର୍ଜୟପୁର ପଞ୍ଚାୟତର ସମସ୍ତ ଡ୍ରାଇଭର ମାନେ ଉପସ୍ଥିତ ଥିଲେ ।








