Home ଓଡ଼ିଶା ଦୟା ନଦୀରେ ବନ୍ୟା ଜଳ : ତଳିଆ ଅଞ୍ଚଳର ଲୋକେ ଆତଙ୍କିତ

ଦୟା ନଦୀରେ ବନ୍ୟା ଜଳ : ତଳିଆ ଅଞ୍ଚଳର ଲୋକେ ଆତଙ୍କିତ

36

ପୁରୀ ୧୬-୮ (ଓଡ଼ିଆ ପୁଅ) ମହାନଦୀର ବନ୍ୟାଜଳ ତଳିଆ ଅଞ୍ଚଳରେ ପହଞ୍ଚିଛି। ପୁରୀ ଜିଲ୍ଲାର ପିପିଲି ଦୟା ନଦୀ ଭାରତୀପୁର କାଜରୁ ମାଡ଼ିଚି ବନ୍ୟା ଜଳ। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। ଏହି ବନ୍ୟା ପାଣିରେ ପ୍ରଭାବିତ ହେବ ପିପିଲିର ଭାରତୀପୁର, କଣ୍ଟ ପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ। ଆତଙ୍କିତ ହେଲେଣି ତଳିଆ ଅଞ୍ଚଳର ଲୋକେ। ସେପଟେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଭାରତୀ ପୁର ଓ କଣ୍ଟି ଅଞ୍ଚଳ ପରିଦର୍ଶନ କରି ବନ୍ୟା ର ସ୍ଥିତି ସମୀକ୍ଷା କରିଛନ୍ତି। ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଲେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜଳସେଚନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.