Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ସମାଜସେବା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଦ୍ୱିତୀୟ ସମାଜସେବା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

117

ଭୁବନେଶ୍ୱର୨୧-୯ (ଓଡ଼ିଆ ପୁଅ) : ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘ୟୁଥ୍ ଫର୍ ଭଲୁ୍ୟଣ୍ଟାରୀ ୱାର୍କ’ ତରଫରୁ ଦ୍ୱିତୀୟ ସମାଜସେବା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠାନର ସଂଯୋଜକ ମିର୍ ଅହମଦ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷ ଭଳି ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା କିଛି ସାମାଜିକ ବ୍ୟକ୍ତି ଓ ସଙ୍ଗଠନମାନଙ୍କୁ ସମ୍ମାନିତ କରାଯିବା ସହ ସମାଜସେବା କ୍ଷେତ୍ରରେ କିଭଳି ନୂତନତ୍ୱ ପ୍ରଣାଳୀ ଆପଣାଇ ସମାଜକୁ ଏକ ନୂତନ ରୂପେ ଗଠନ ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଉନ୍ନୟନ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ସମ୍ମାନିତ ଅତିତô ଭାବେ ଓଡ଼ିଶା ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାଶ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, ପୂର୍ବତନ ଖଦୀ ବୋର୍ଡ଼ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ସଭାପତି ରବି ବେହେରା, ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାଶ ପ୍ରମୁଖ ଯୋଗ ଦେଇ ସମାଜସେବୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ମାନିତ ହୋଇଥିବା ଅନୁଷ୍ଠାନଗୁଡ଼ିକ ହେଲେ ହେଲ୍ ପ ହୁ୍ୟମାନିଟି, ଫିନିକ୍ସ ସେବା, ପରିବର୍ତ୍ତନ ଫାଉଣ୍ଡେସନ୍, ପିପୁଲ୍ ଫର୍ ସେବା, ନବନିର୍ମାଣ ଏକ ଛୋଟିସି ଆଶା, ରିମେଡିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ, ସବୁଜ ଭାରତ, ଜନନୀ ଫାଉଣ୍ଡେସନ୍, ଆଶାଏଁ, ଜ୍ୟୋତି ସେବକ ଗ୍ରୁପ୍, ସୋଚ୍ ଫାଉଣ୍ଡେସନ୍, ନବନିର୍ମାଣ ଯୁବଛାତ୍ର ସଙ୍ଗଠନ। ସମ୍ମାନିତ ହୋଇଥିବା ସମାଜସେବୀମାନେ ହେଲେ – ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା, ଅଭିଜିତ୍ ଦାସ, ଚିନ୍ମୟୀ ମହାପାତ୍ର, ତବରେଜ୍ ଖାନ୍, ମିଥୁନ୍ ନାୟକ, ପ୍ରତାପ ସାହୁ, ସଂଘମିତ୍ରା ଜେନା, ବିଚିତ୍ରାନନ୍ଦ ବିଶ୍ୱାଳ, ଜ୍ଞାନରଞ୍ଜନ ବାରିକ, ଅରୋବିନ୍ଦ କାନୁନଗୋ।

ଏହି କାର୍ଯ୍ୟକ୍ରମରେ ଶିବାଙ୍ଗୀ, ସନ୍ଧ୍ୟା, ବିଶ୍ୱଜିତ୍, ଗୋବିନ୍ଦ, ଲୋକରଞ୍ଜନ, ସୁଶାନ୍ତ, ମେହେଫୁଜ୍, ଶାସ୍ୱତୀ, ସୌଭାଗ୍ୟଲକ୍ଷ୍ମୀ, ବାଳକୃଷ୍ଣ, ଅଜିତ୍, ମାନସ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସିନେ ଅଭିନେତା ଚନ୍ଦନ ଓ ଅନ୍ୟାନ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.