Home ଓଡ଼ିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

115

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୦/୦୬-ସାରା ଓଡିଶାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରଣପୁର ଦେବୋତ୍ତର । ଅଧିକାରୀ ଯଥା ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଡାକିଥିଲେ । ରଣପୁର ତହସିଲ୍ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରୀ କୋଭିଡ୍‌-୧୯ ସମସ୍ତ ନିତୀ ନିୟମକୁ ମାନି ସାମାଜିକ ଦୁରତ୍ୱ ସହ ମାସ୍କ ପରିଧାନ କରି ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ରଣପୁର ପୋଲିସ୍ ବିଭାଗକୁ ଛାଡି ସମସ୍ତ ବିଭାଗୀୟ ଅଧିକାରୀ ଯଥା ସ୍ୱାସ୍ଥ୍ୟ ଅଧିକାରୀ ଡ.ବୈଦ୍ୟନାଥ ନନ୍ଦ, ଅଗ୍ନିଶମ ଅଧିକାରୀ ସରୋଜ କୁମାର ଦାଶ, ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ, ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବି.ସି, ରଣପୁର ରାସ୍ତା ଓ ପୁର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ବ୍ୟବସାୟୀ ସଙ୍ଘ ଆଦି ବହୁ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସରକାରୀ ନିର୍ଦ୍ଧେଶନାମା ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ଜଣା ପଡିଛି । ରଣପୁର ରଥଯାତ୍ରାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଅନୁଷ୍ଠାନ ସରକାରୀ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଶେଷ ଆଗ୍ରହ ପ୍ରକଟ କରିଥିବା ଜଣା ପଡିଛି । ଏହି ବୈଠକ ଫଳରେ ରଣପୁର ଜନସାଧାରଣ ତଥା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ବୈଠକର ସମସ୍ତ ଆୟୋଜନ ମନ୍ଦିର ପରିଚାଳନା କମିଟି ମ୍ୟାନେଜର୍ ରମେଶ କୁମାର ପ୍ରଧାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.