Home ଓଡ଼ିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ବିନା ଭକ୍ତରେ ରତ୍ନ ବେଦୀରୁ ସ୍ନାନ ମଣ୍ଡପରେ ୩ ଠାକୁର

ଦ୍ୱିତୀୟ ଶ୍ରୀକ୍ଷେତ୍ର ବିନା ଭକ୍ତରେ ରତ୍ନ ବେଦୀରୁ ସ୍ନାନ ମଣ୍ଡପରେ ୩ ଠାକୁର

515

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୬-ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ରାଜା ରାଜୁଡା ଅମଳରୁ ଦ୍ୱାଦଶ ଯାତ୍ରା ମଧ୍ୟରୁ ପ୍ରଥମ ସ୍ନାନ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖଠାରୁ ଲକ୍‌ଡାଉନ୍ ଆରମ୍ଭ ହୋଇଥିଲା । ସେହିଦିନଠାରୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ସାଧାରଣ ଜଗନ୍ନାଥ ପ୍ରେମୀମାନେ ଦର୍ଶନ ପାଇବାର ସୁଯୋଗ ପାଉନଥିଲେ ।

କିନ୍ତୁ ପ୍ରଶାସନିକ ନିଷ୍ପତି ଅନୁଯାୟୀ କମ୍ ସଂଖ୍ୟକ ସେବାୟତମାନେ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ରତ୍ନ ସିଂହାସନରୁ ପହଣ୍ଡି କରି ସ୍ନାନ ବେଦୀକୁ ୩ ଠାକୁରଙ୍କୁ ଆଣିଥିଲେ । ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ସ୍ନାନବେଦୀରେ ମନ୍ଦିର ବାହାରୁ ଜଗନ୍ନାଥ ପ୍ରେମୀମାନେ ୩ ଠାକୁରଙ୍କୁ ଦର୍ଶନ ପାଇବାର ସୁଯୋଗ ଲାଭ କରିଥିଲେ । ଯାହା ଫଳରେ ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ୩ ଠାକୁର ସ୍ନାନ କରିବା ପରେ ଅପରାହ୍ନରେ ହାତୀବେଶ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.