Home Top News ଦ୍ୱାର ଖୋଲିଲା କିନ୍ତୁ ଲିଫ୍ଟ ନଥିଲା, ଏକାଦଶ ମହଲାରୁ ଏମିତି ଖସିପଡିଥିଲା ଲିଫ୍ଟ – ଛାତ୍ରଙ୍କ...

ଦ୍ୱାର ଖୋଲିଲା କିନ୍ତୁ ଲିଫ୍ଟ ନଥିଲା, ଏକାଦଶ ମହଲାରୁ ଏମିତି ଖସିପଡିଥିଲା ଲିଫ୍ଟ – ଛାତ୍ରଙ୍କ ମୃତ୍ୟୁ

90

ଜୟପୁର ୪-୧୦ (ଓଡ଼ିଆ ପୁଅ) ରାଜସ୍ଥାନର ଜୟପୁରର ଦୁର୍ଘଟଣା। ଭାନକ୍ରୋଟା ଥାନା ଅଞ୍ଚଳରେ, ସଂଧ୍ୟା ପ୍ରାୟ ସାଢେ ଆଠଟା ସମୟରେ “ମୋ ହାଭେଲି” ବିଲ୍ଡିଂର ଲିଫ୍ଟ ସିଧାସଳଖ ବେସମେଣ୍ଟକୁ ଖସିପଡ଼ିଥିଲା। ଜଣେ ଛାତ୍ର ଲିଫ୍ଟରେ ଫସି ଯାଇଥିଲେ। ସନ୍ଧ୍ୟାରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଲିଫ୍ଟର ଗେଟ୍‌ଭାଙ୍ଗି ଯୁବକଙ୍କୁ ବାହାରକୁ କାଢ଼ି ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟଯେ, ଏହା ଉକ୍ତ ବିଲ୍ଡିଂର ଏକାଦଶ ମହଲାରେ ଭଡ଼ାରେ ରହୁଥିବା ୨୧ ବର୍ଷୀୟ ଛାତ୍ର ରବିବାର ସଂଧ୍ୟାରେ ପ୍ରାୟ ସାଢେ ଆଠଟା ସମୟରେ ଲିଫ୍ଟରୁ ଓହ୍ଲାଉଥିଲେ। ସେ ରାଜସ୍ଥାନର ଜୟପୁରରେ ଏକ ବିଲ୍ଡିଂରେ ସେଠାରେ ଥିବା ଏକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। କିନ୍ତୁ, ବିଧିର ବିଧାନ କେ କରିବ ଆନ। କାଳ ଯାହାକୁ ଡାକୁଛି, ତାକୁ କିଏ ବା ରୋକି ପାରିବ? ଅବଶ୍ୟ ଏହି କାଳ କିଛି ଲୋକଙ୍କର ଅସାବଧାନତା ଏବଂ ହେଳା କାରଣରୁ ହୋଇଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଛାତ୍ର ଲିଫ୍ଟରୁ ଓହ୍ଲାଉଥିବା ସମୟରେ ଏକାଦଶ ମହଲାରୁ ଲିଫ୍ଟଟି ସିଧା ବେସମେଣ୍ଟରେ କଚାଡ଼ି ହୋଇପଡ଼ିଥିଲା। ସବୁ ଫ୍ଲୋରରେ କିଛି ଛାତ୍ର ଲିଫ୍ଟକୁ ଅଟକାଇଥିଲେ ଓହ୍ଲାଇବା କିମ୍ବା ଚଢ଼ିବା ପାଇଁ। କିନ୍ତୁ ସେମାନେ ଜାଣିନଥିଲେ ଯେ କେବଳ ଲିଫ୍ଟର ଦ୍ବାର ଖୋଲିବ ହେଲେ ଲିଫ୍ଟ ନଥିବ। ଦେଖିଲା ବେଳକୁ ଲିଫ୍ଟଟି କଚାଡ଼ି ହୋଇପଡ଼ିଥିଲା। ଚାଲିଗଲା ଛାତ୍ରଙ୍କର ଜୀବନ। ଏଥିପାଇଁ ବିଲ୍ଡିଂର ମେଣ୍ଟେନାନ୍ସ କରୁଥିବା ସଂସ୍ଥାର କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ଦୁର୍ଘଟଣାର ସୂଚନା ପାଇ ସେଠାରେ ପହଞ୍ଚିଥିବା ଲୋକମାନେ ବହୁ ଚେଷ୍ଟା ପରେ ଲିଫ୍ଟର କବାଟ ଭାଙ୍ଗି ଭିତରେ ଚେତାଶୂନ୍ୟ ଥିବା ଛାତ୍ରଙ୍କୁ ବାହାରକୁ ନେଇ ଡାକ୍ତରଖାନା ନେଇଥିଲେ। ଯେଉଁଠାରେ ଚିକିତ୍ସା ସମୟରେ ଛାତ୍ର ମୃତ୍ୟୁ ବରଣ କରିଥିଲେ। ଏହା ପରେ କ୍ରୋଧିତ ଲୋକମାନେ ବିଲ୍ଡିଂ ରକ୍ଷଣାବେକ୍ଷଣ କରୁଥିବା ଲୋକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ଲୋକମାନେ କୁହନ୍ତି ଯେ ସେମାନେ ପ୍ରତିବର୍ଷ ରକ୍ଷଣାବେକ୍ଷଣ ଭଡ଼ା ପ୍ରଦାନ କରନ୍ତି, କିନ୍ତୁ ଠିକ୍ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ଦୁର୍ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.